fbpx

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ମାମଲା । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚଛି । ଜଣେ ଡିଏସପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚରା ୪ ଜଣିଆ ଟିମ୍ ଗଜପତିର ପାରଳାଖେମୁଣ୍ଡିରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେବା ସହିତ କ୍ରାଇମବ୍ରାଞ୍ଚ ଏହି ମାମଲା ହାତକୁ ନେଇ ନାହିଁ ବରଂ କେବଳ ତଦନ୍ତରେ ସହଯୋଗ ପାଇଁ ଯାଇଥିବା ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଯୋଡି ହେବା ସହିତ ମାମଲାକୁ ଅଧିକ ଗୋଳିଆ କରୁଛି । ପ୍ରଥମରୁ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କ ଅନୈତିକ ସମ୍ପର୍କ ଆଡକୁ ଇଙ୍ଗିତ କରୁଥିଲେ । ହସ୍ପିଟାଲ ନେବାରେ ବିଳମ୍ବ ଏବଂ ବାଟରେ ଆମ୍ବୁଲାନ୍ସ ଅଟକିବା ମଧ୍ୟ ମାମଲାର ଅନ୍ୟାନ୍ୟ ଦିଗକୁ ଇଙ୍ଗିତ କରୁଥିଲା । ତେବେ ଆଜି ବିଦ୍ୟାଭାରତୀ ନିଜ ବୟାନରେ ସୌମ୍ୟ ଅନ୍ୟ ଜଣେ ଯୁବତୀଙ୍କୁ ଆଇ ଲଭ ୟୁ କହିଥିବା କହିଛନ୍ତି । ଏହା ସହିତ ସେ ଡିଏଫଓଙ୍କୁ ଜାଣି ନାହାନ୍ତି ଏବଂ ଆବଶ୍ୟକ ପଡିଲେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ ବୋଲି ବିଦ୍ୟାଭାରତୀ କହିଛନ୍ତି । ଏପରି ପରସ୍ଥିତିରେ ଗଜପତିରୁ ଆସିଥିବା ୬ ଜଣିଆ ପୋଲିସ୍ ଟିମ୍ ବିଦ୍ୟାଭାରତୀ ଓ ତାଙ୍କ ପରିବାରକୁ ୫ ଘଣ୍ଟା ଜେରା କରିଛି । ଏହି ଜେରା ପରେ ପୋଲିସ ନିଜ ସହିତ କିଛି ଦସ୍ତାବିଜ ନେଇଥିବା ବିଦ୍ୟାଙ୍କ ପିତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.