fbpx

ପେମା ଖାଣ୍ଡୁ ପୁଣି ହେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ପେମା ଖାଣ୍ଡୁ ପୁଣି ହେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ପେମାଙ୍କ ନାମରେ ମୋହର ବାଜିଛି । ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ପେମାଙ୍କୁ ବିଧାୟକ ଦଳ ଭାବେ ଚୟନ କରାଯାଇଥିଲା । ବୈଠକରେ ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଓ ତରୁଣ ଚୁଘ ସାମିଲ ହୋଇଥିଲେ । ସରକାର ଗଠନ ପାଇଁ ଆଜି ପେମା ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଆସନ୍ତାକାଲି ପେମା ଖାଣ୍ଡୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଚଳିତ ବିଧାନସଭା ନିର୍ବାଚନରେ ମୋଟ ୬୦ଟି ଆସନ ମଧ୍ୟରୁ ଭାଜପା ୪୬ଟି ଆସନରେ ଜିତିଥିଲା । ନ୍ୟାସନାଲ ପିପୁଲ୍ସ ପାର୍ଟି ୫ଟି ଆସନରେ ଜିତିଥିଲା । ଏଥିସହିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ୩ଟି, ପିପୁଲ୍ସ ପାର୍ଟି ଅଫ୍ ଅରୁଲାଚଳ (ପିପିଏ) ୨ଟି, କଂଗ୍ରେସ ୧ଟି ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.