fbpx

ବିନା ଅନୁମତିରେ ସ୍ଥାନର ନାମ ପରିବର୍ତ୍ତନ କରିଲେ ମିଳିବ ଦଣ୍ଡ: ମଣିପୁର ବିଧାନସଭାରେ ପାରିତ ହେଲା ବିଲ୍

Advertisement

ଇମ୍ଫାଲ: ସରକାରଙ୍କ ବିନା ଅନୁମତିରେ କୌଣସି ସ୍ଥାନର ନାମ ପରିବର୍ତ୍ତନ କରିବା ଏକ ଦଣ୍ଡନୀୟ ଅପରାଧ । ଏନେଇ ସୋମବାର ମଣିପୁର ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଛି କିନ୍ତୁ ବର୍ତ୍ତମାନ ଏହାକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହଁ । ଏହି ନିୟମର ଉଲଙ୍ଘନ କଲେ ଦଣ୍ଡ ସହ ଜୋରିମାନା ବ୍ୟବସ୍ଥା ମଧ୍ୟ ରହିଛି ।

ସୋମବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ବିଧାନସଭାରେ ‘Manipur Name of Places Bill, 2024’ ଉପସ୍ଥାପନ କରିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ଗୃହରେ ପାରିତ କରାଯାଇଥିଲା । ବିରେନ୍ ସିଂହ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆମ ଇତିହାସ, ସଂସ୍କୃତି ଏବଂ ପୂର୍ବପୁରୁଷଙ୍କ ସମୟରୁ ଚାଲିଆସୁଥିବା ଐତିହ୍ୟର ସୁରକ୍ଷା ପ୍ରାସଙ୍ଗକୁ ମଣିପୁର ସରକାର ଗମ୍ଭୀରତାର ସହ ନେଇଛି । ସରକାରଙ୍କ ବିନା ଅନୁମତିରେ କୌଣସି ସ୍ଥାନର ନାମ ପରିବର୍ତ୍ତନ କରିବା କିମ୍ବା ନାଁର ଅପବ୍ୟବହାର କରିବା ଆମେ କେବେ ବି ସହ୍ୟ କରିବୁ ନାହିଁ । ଏହି ଅପରାଧ ପାଇଁ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ‘Manipur Name of Places Bill, 2024’ ଅନୁଯାୟୀ କୌଣସି ଗାଁ କିମ୍ବା ସ୍ଥାନର ନାମ ପରିବର୍ତ୍ତନ କଲେ ଦୋଷୀକୁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏହା ବ୍ୟତୀତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ ।

Get real time updates directly on you device, subscribe now.