fbpx

(Video) ବିବାହ ପାଇଁ ପ୍ରତିବନ୍ଧକ ସାଜୁଛି ନେଟୱାର୍କ: ଏହି ଗାଁର ପୁଅକୁ ବାହା ହେବାକୁ ରାଜି ହେଉ ନାହାଁନ୍ତି ଝିଅ, ଚିନ୍ତାରେ ବାପା-ମାଆ

Advertisement

ଅନୁଗୁଳ: ଆଜିକାଲିର ଆଧୁନିକ ଯୁଗରେ ଉଭୟେ ମୋବାଇଲ ଏବଂ ନେଟୱାର୍କର ଆବଶ୍ୟକତା ପ୍ରଥମିକତାରେ ପରିଣତ ହୋଇଛି । ଖାଇବାକୁ ନଥିଲେ ମଧ୍ୟ ଚଳୁଛି ହେଲେ ମୋବାଇଲ କି ନେଟୱାର୍କ ନଥିଲେ ଚଳୁନି । ତେବେ ଏହି ନେଟୱାର୍କକୁ ନେଇ ବଡ଼ ଅସୁବିଧା ଅନୁଗୁଳର ଏକ ଗ୍ରାମରେ ଦେଖାଦେଇଛି । ଏଠାରେ ମୋବାଇଲରେ କଥା ହେବାକୁ ହେଲେ ଚଢ଼ିବାକୁ ପଡ଼ୁଛି ଗଛ । ଘରୁ ବାହାରି ଗାଁ ମୁଣ୍ଡ ଗଛ ଉପରକୁ ଚଢିବାକୁ ପଡୁଛି । ନଚେତ୍ ଗାଁରେ ନେଟୱାର୍କ ଆସୁ ନାହିଁ କି ମୋବାଇଲ ଫୋନରେ କଥା ହୋଇପାରୁନାହାନ୍ତି । ରାଜ୍ୟର ଅନେକ ସ୍ଥାନରେ ଫାଇଭ-ଜି ନେଟୱାର୍କ ଉପଲବ୍ଧ ହେଉଛି, ଏହାଦ୍ୱାରା ମୋବାଇଲ୍‌ରେ ଇଣ୍ଟରନେଟ୍ ସ୍ପିଡ୍ ବଢ଼ିଛି ଏବଂ ସ୍ୱଳ୍ପ ସେକେଣ୍ଡରେ ଡାଉନ୍‌ଲୋଡ୍ ହୋଇପାରୁଛି । ମାତ୍ର ଅନୁଗୁଳ ବ୍ଲକ୍ ଅଞ୍ଚଳରେ ଏପରି ଗାଁ ରହିଛି, ଯେଉଁଠି ଏବେ ବି ଫୋନ୍ କରିବାକୁ ଲୋକଙ୍କୁ ନେଟୱାର୍କ ଖୋଜିବାକୁ ପଡୁଛି ।

ଉଚ୍ଚ ସ୍ଥାନ କିମ୍ବା ଗଛରେ ଚଢ଼ିଲେ ହିଁ ମୋବାଇଲ୍ ଯୋଗେ କଥା ହେବା ସମ୍ଭବ ହେଲେ ହେଉଛି ନହେଲେ ନାହିଁ । ଏଭଳି ଏକ ଗାଁ ହେଉଛି ଅନୁଗୁଳ ଜିଲ୍ଲା ମହକୁମାଠାରୁ ମାତ୍ର ୩୨ କିଲୋମିଟର ଦୂର ବଲଙ୍ଗ ଗ୍ରାମରେ ଏଭଳି ସମସ୍ୟା ଦେଖାଦେଉଛି । ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍‌ର ବଲଙ୍ଗ ଗାଁ ଚାରିପାଖେ ଘେରି ରହିଛି ବଣ ପାହାଡ଼ । ଏହି ଗାଁଠାରୁ ୩ କିଲୋମିଟର ଦୂରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିଦିନ ଲୋକେ ଜମା ହେଉଛନ୍ତି । ସେଇଠି ସେମାନେ ହାତରେ ଫୋନ୍ ଧରି ଗଛରେ ଚଢ଼ି ସଂପର୍କୀୟମାନଙ୍କ ସହ କଥା ହେଉଛନ୍ତି ।

ଏହି ଗାଁରେ ଫୋନ୍ ନେଟୱର୍କ ରହୁ ନଥିବାରୁ ଏଠାରେ ଝିଅ ବାହାଘର କରିବାକୁୁ ଅନ୍ୟ ଗାଁର ଲୋକେ ରାଜି ହେଉ ନଥିବା ଗ୍ରାମବାସୀ କହିଛନ୍ତି । ଗାଁ ସ୍କୁଲ୍‌ରେ ସ୍ମାର୍ଟ କ୍ଲାସ୍‌, କମ୍ପ୍ୟୁଟର ଅଛି । କିନ୍ତୁ ନେଟୱର୍କ ନଥିବାରୁ ତାହା କାମରେ ଲାଗୁନାହିଁ । ଏହିଭଳି ସମସ୍ୟା ଅନୁଗୁଳ ବ୍ଲକ୍ ଜଗନ୍ନାଥପୁର, ପୁରୁଣାକୋଟ, ଟିକରପଡ଼ା, ଟାଇଁସି ପଞ୍ଚାୟତରେ ମଧ୍ୟ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.