fbpx

ଶୀଘ୍ର ଜମା କରନ୍ତୁ ଲାଇଫ୍ ସାର୍ଟିଫିକେଟ୍, ନହେଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ପେନସନ୍: ଜାଣନ୍ତୁ ନିୟମ ଓ ପ୍ରୋସେସ୍

ନୂଆଦିଲ୍ଲୀ: ପେନସନ୍ଭୋଗୀଙ୍କ ପାଇଁ ଆସିଛି ବଡ଼ ଖବର । ଭାରତରେ ପେନସନଭୋଗୀଙ୍କ ପାଇଁ ସବୁଠାରୁ ବଡ଼ ଡକ୍ୟୁମେଣ୍ଟ ହେଉଛନ୍ତି ଲାଇଫ୍ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର । ନିୟମ ଅନୁସାରେ, ସମସ୍ତ ପେନସନଭୋଗୀମାନଙ୍କୁ ୩୦ ନଭେମ୍ବର ସୁଦ୍ଧା ନିଜ ଲାଇପ୍ ସାର୍ଟିଫିକେଟ୍ ଜମା କରିବାକୁ ପଡିବ । ଯଦି ଏପରି ନହୁଏ, ତେବେ ଆପଣଙ୍କ ପେନସନ୍ ଅଟକି ଯିବ । ଚଳିତବର୍ଷ ନଭେମ୍ବର ୩୦ ଶେଷ ତାରିଖ ଥିବାରୁ ହାତରେ ଆଉ ମାତ୍ର ୭ ଦିନ ରହିଛି । ଏପରି ନକରିବା ଦ୍ୱାରା ଆପଣ ପେନସନ୍ ଟଙ୍କା ପାଇପାରିବେ ନାହିଁ । ପେନସନଭୋଗୀମାନେ ବ୍ୟାଙ୍କ, ଡାକଘର ଏବଂ ଅନ୍ୟାନ୍ୟ ପରି ପେନସନ ବିତରଣ କର୍ତ୍ତୃପକ୍ଷ (ପିଡିଏ) ରୁ ସେମାନଙ୍କର ଉଚିତ ଅର୍ଥ ପାଇଥା’ନ୍ତି ।

ତେବେ ଲାଇଫ୍ ସାର୍ଟିଫିକେଟ୍ ପେନସନଭୋଗୀମାନଙ୍କ ପାଇଁ ଅସ୍ତିତ୍ୱର ଏକ ଜରୁରୀ ଡକ୍ୟୁମେଣ୍ଟ ଯାହା ସେ ଜୀବିତ ଥିବା ଏକ ପ୍ରମାଣ ଭାବରେ କାର୍ଯ୍ୟ କରିଥାଏ । ଆପଣ ଜୀବନ ପ୍ରମାଣ ପୋର୍ଟାଲ https://jeevanpramaan.gov.in/କୁ ଯାଇ ନିଜର ଲାଇଫ୍ ସାର୍ଟିଫିକେଟ ଜମା କରିପାରିବେ । ଏଥିପାଇଁ ପ୍ରଥମେ ଆପଣଙ୍କୁ ପୋର୍ଟାଲରୁ ଜୀବନ ପ୍ରମାଣ ଆପ୍ ଡାଉନଲୋଡ କରିବାକୁ ପଡିବ । ଏହା ବ୍ୟତୀତ UDAI ଦ୍ୱାରା ବୈଧ ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ରହିବା ଉଚିତ୍ । ଆପଣ ସ୍ମାର୍ଟଫୋନ୍ ମାଧ୍ୟମରେ ଇମେଲ ଆଇଡି ଓ ଆପରେ ଉଲ୍ଲେଖ ଥିବା ପଦ୍ଧତି ବ୍ୟବହାର କରି ଘରେ ବସି ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ ।

ପେନସନ୍ ଓ ପେନସନଭୋଗୀ କଲ୍ୟାଣ ବିଭାଗ କହିଛି ଯେ, ପେନ୍ସସନଭୋଗୀମାନେ ୧୨ ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କର ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଆଲାୟନ୍ସ ବା ଡାକ ବିଭାଗର ଡୋରଷ୍ଟେପ ସେବାର ଉପଯୋଗ କରି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ପାଇଁ ଜୀବନ ପ୍ରମାଣପତ୍ର ଜମା କରିପାରିବେ ।

ଭାରତୀୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି), ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, କାନାରା ବ୍ୟାଙ୍କ, ମହାରାଷ୍ଟ୍ରର ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ, ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ସୁବଧା ଦେଉଛି ।
ଆପଣ (doorstepbanks.com ବା www.dsb.imfast.co.in/doorstep/login) ୱେବସାଇଟ୍ ବା ‘ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍’ ମୋବାଇଲ୍ ଆପ୍ଲିକେସନ୍ ବା ଟୋଲ୍ ଫ୍ରି ନମ୍ବର (୧୮୦୦୧୨୧୩୭୨୧ ବା ୧୮୦୦୧୦୩୭୧୮୮) କୁ କଲ କରି ଆପଣ ବ୍ୟାଙ୍କର ଡୋରଷ୍ଟେପ୍ ସେବା ବୁକ୍ କରିପାରିବେ ।

ଇଣ୍ଡିଆନ୍ ପୋଷ୍ଟ ଟ୍ୱିଟ୍ କରି ଏହି ସୂଚନା ଦେଇଛି ଯେ, ବରିଷ୍ଠ ନାଗରିକମାନେ ଅତି ସହଜରେ ନିଜ ଅଞ୍ଚଳରେ ଥିବା ଡାକଘରୁ କମନ୍ ସର୍ଭିସ୍ ସେଣ୍ଟର୍ (ସିଏସି) ରୁ ଜୀବନ ପ୍ରମାଣପତ୍ରର ଫାଇଦା ଉଠାଇପାରିବେ । ଆବେଦନ ପାଇଁ ମୋବାଇଲ୍ ନମ୍ବର ୭୭୩୮୨୯୯୮୯୯ କୁ ଏକ SMS ପଠାଇ ନିକଟତମ ଜୀବନ ପ୍ରମାଣ କେନ୍ଦ୍ରରେ ଅପଡେଟ୍ ନେଇପାରିବେ । SMSରେ JPL <ପିନକୋଡ> ଲେଖିବାକୁ ପଡିବ । ଏଥିରେ ଆପଣଙ୍କୁ ଅଞ୍ଚଳର ଆଖପାଖରେ ଥିବା କେନ୍ଦ୍ରଗୁଡିକର ତାଲିକା ମିଳିଯିବ ।

Get real time updates directly on you device, subscribe now.