fbpx

୨୬/୧୧ ଆକ୍ରମଣ ପରେ ମନମୋହନ ସରକାର ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବ ରହିଥିଲା

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ଘଟିଥିବା ମୁମ୍ବାଇ ଆକ୍ରମଣ କଂଗ୍ରେସ ସରକାରର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା । ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହ ଏନେଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହା ସେ ସମୟରେ କଂଗ୍ରେସ ଦଳର ଅପାରଗ ପଣିଆକୁ ସାବ୍ୟସ୍ତ କରିଥିଲା । ୨୬/୧୧ ଘଟଣା ପରେ ପରେ ୟୁପିଏ ସରକାର କେବଳ ବୈଠକ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ ନିଜ ପୁସ୍ତକରେ ନିଜ ଦଳ କଂଗ୍ରେସ ପ୍ରତି ଏପରି ଅଙ୍ଗୁଳି ଉଠାଇଛନ୍ତି ।

ତେବେ ମନୀଷ ନିଜ ପୁସ୍ତକରେ କଂଗ୍ରେସ ଦଳକୁ ତୀବ୍ର ଭର୍ତ୍ସନା କରିବା ସହିତ କହ୍ନେୟା କୁମାରଙ୍କ ଦଳରେ ପ୍ରବେଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଅବସରରେ ବିଜେପି କଂଗ୍ରେସକୁ ଘେରିବା ଆରମ୍ଭ କରିଦେଇଛି । ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି ଯେ, ମନୀଷ ୟୁପିଏ ସରକାରର ପ୍ରକୃତ ଦୋଷର ପର୍ଦ୍ଦାଫାସ କରିଛନ୍ତି । ୨୬/୧୧ ଆକ୍ରମଣ ପରେ ବାୟୁସେନା ପାକିସ୍ତାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲେ ହେଁ ସୁଯୋଗ ଦିଆଯାଇନଥିଲା । ଆକ୍ରମଣ ପରେ କଂଗ୍ରେସ ହିନ୍ଦୁମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଓ ପାକିସ୍ତାନକୁ ବଞ୍ଚାଇବା ଚକ୍କରରେ ରହିଥିଲା । ୩୭୦ ଧାରା ଓ ସର୍ଜିକାଲ ଷ୍ଟ୍ରାଇକ ଘଟଣାରେ ରାହୁଲ ଗାନ୍ଧି କେବଳ ପାକିସ୍ତାନର ଭାଷା କହି କହିଆସୁଛନ୍ତି । ପାକିସ୍ତାନ ପୁଲୱାମା ଆକ୍ରମଣ କରିବା ପରେ ଭାରତ ପକ୍ଷରୁ ଯେପରି କଠୋର ଦମନ ନୀତି ଗ୍ରହଣ କରାଯାଇଥିଲା, ୨୬/୧୧ ପରେ ସେପରି କିଛି ହୋଇନଥିବା ସେ କହିଛନ୍ତି ।

Get real time updates directly on you device, subscribe now.