fbpx

(Video) ଖଣ୍ଡଗିରି ଯାତ୍ରା ମହାସମର; ‘ଲୋକେ ଖାଲି ରାଣୀକୁ ଦେଖିବାକୁ ଆସୁଛନ୍ତି, ଆଉ ୨ଟା ପେଣ୍ଡାଲ ଥିଲେ ବି ଫୁଲ ହେଇଯାନ୍ତା’

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି । ସବୁ ଗଣନାଟ୍ୟ ମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ରହିଛି ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ । ଯାହାକୁନେଇ ଯାତ୍ରମାଲିକ ନିଜେ ମଧ୍ୟ କହିଛନ୍ତି ଏଥର ଷ୍ଟାର୍ ଆକ୍ଟର ଦୈତାରୀ ପଣ୍ଡାଙ୍କୁ ପଚରେ ପକାଇ ଦେଇଛନ୍ତି । ଦେଖିବାକୁଗଲେ, ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ପାଇଁ ଟିକେଟ୍ ଅଗ୍ରିମ ବୁକିଂ ହେଇଯାଉଛି । ଅନେକ ଲୋକ ଫେରି ଆସୁଛନ୍ତି । କିଛି ଦର୍ଶକ କହୁଛନ୍ତି ଦୁଇଶହ ଟଙ୍କା ଦେଇ ଅନେକ ଲୋକ ଠିଆ ହୋଇ ଦେଖୁଛନ୍ତି ।

ସେପଟେ ବୁଧବାର ଦିନ ଦର୍ଶକଙ୍କ ପାଇଁ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଥିଲେ ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି । ପୂର୍ବରୁ ଯେଉଁଠି ଅଶ୍ଳୀଳ ନୃତ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେଇ ବିଷୟକୁ ନେଇ ପ୍ରସ୍ତୁତ ହୋଇଥିଲା ‘ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ । ନାଟକର ୪ର୍ଥ ରାତିରେ ରାନୀପଣ୍ଡାଙ୍କ ଅଭିନୟକୁ ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗୁଛି । କିଏ ଟିକେଟ ପାଉଛି ତ କିଏ ମନ ଦୁଃଖରେ ଫେରିଯାଉଛି । ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.