fbpx
BJD SKY
BJD SKY

ଏହି ଯୋଜନାରେ ନିବେଶ କଲେ ପାଇବେ ଅନେକ ଫାଇଦା: ବାଜପେୟୀଙ୍କ ନାଁ ସହ ରହିଛି କନେକ୍ସନ

BJD

ନୂଆଦିଲ୍ଲୀ: ବୃଦ୍ଧ ବୟସରେ ପେନସନ ଏକ ପ୍ରକାର ସାହାରା ଭଳି କାମ କରିଥାଏ । ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଏହା ଖୁବ ସହଯୋଗ କରିଥାଏ । ତେଣୁ ସମସ୍ତେ ଚାକିରିରୁ ଅବସର ପରେ ଏକ ସୁନିଶ୍ଚିତ ପେନସନ ବ୍ୟବସ୍ଥା ପାଇଁ ଇଚ୍ଛା କରନ୍ତି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଆରମ୍ଭ ହୋଇଥିବା ପେନସନ ଯୋଜନା ବାର୍ଦ୍ଧକ୍ୟ ସମୟରେ ଆପଣଙ୍କୁ ଯଥେଷ୍ଟ ସାହାଯ୍ୟ କରିପାରେ । ମାସିକ ଛୋଟ ଛୋଟ ଏମାଉଣ୍ଟ ଜମା କରି ବଡ ପେନସନ ଫଣ୍ଡ ତିଆରି କରିବାରେ ଆପଣଙ୍କୁ ସାହାଯ୍ୟ କରିପାରେ ଏହି ଯୋଜନା । ତେବେ ଏହି ସ୍କିମରେ ୧୮-୪୦ ବର୍ଷ ପର୍ଯ୍ୟନ୍ତ ଲୋକ ନିବେଶ କରିପାରିବେ ।

ଅଟଳ ପେନସନ ଯୋଜନାରେ ଆପଣଙ୍କୁ ଅତି କମରେ ୨୦ ବର୍ଷ ଟଙ୍କା ଜମା କରିବାକୁ ପଡିବ । ତେବେ ଏହାର ମାସିକ କିସ୍ତି ଆପଣଙ୍କ ବୟସ ଉପରେ ନିର୍ଭର କରିଥାଏ । ସରକାର ଏହି ଯୋଜନା ପାଇଁ ୧,୦୦୦ରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ମୋଟ ୫ଟି ସ୍ଲାବ ନିର୍ଦ୍ଧାରିତ କରିଛନ୍ତି । ଏହି ପେନସନ ସ୍ଲାବ ଅନୁସାରେ ଆପଣ ନିଜର ନିବେଶ କରିପାରିବେ । ତେବେ ନିବେଶର ଆମାଉଣ୍ଟ ଏବଂ ବୟସ ମ୍ୟାଚୁରିଟି ପରେ ଆପଣଙ୍କ ପେନସନ ନିର୍ଦ୍ଧାରିତ କରିବ ।

ଯଦି ଆପଣ ୫,୦୦୦ ଟଙ୍କା ପେନସନ ଚାହାନ୍ତି, ତେବେ ୧୮ ବର୍ଷ ବୟସରେ ଆପଣଙ୍କୁ ମାସିକ ୨୧୦ ଟଙ୍କା ଜମା କରିବାକୁ ପଡିବ । ସେହିପରି ୨୫ ବର୍ଷ ବୟସରେ ନିବେଶ ଆରମ୍ଭ କରି ୫,୦୦୦ ଟଙ୍କା ପେନସନ ଚାହୁଁଛନ୍ତି ତେବେ ଆପଣଙ୍କ ମାସିକ ଜମା ରାଶି ୩୭୬ ଟଙ୍କା ରହିବ । ୩୦ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ଏହା ୫୭୭ ଟଙ୍କା ହୋଇଥିବା ବେଳେ ୩୫ ବର୍ଷ ବୟସର ଲୋକମାନଙ୍କ ପାଇଁ ୯୦୨ ଟଙ୍କା ଏବଂ ୩୯ ବର୍ଷର ବ୍ୟକ୍ତିମାନଙ୍କ ପାଇଁ ମାସିକ ୧୩୧୮ ଟଙ୍କା ଜମା କରିବାକୁ ପଡିବ ।

ସୂଚନା ଅନୁସାରେ, ଚଳିତବର୍ଷ ଅକ୍ଟୋବର ୧ ତାରିଖରୁ ଏହି ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ଇନକମ ଟ୍ୟାକ୍ସ ଦେଉଥିବା କୌଣସି ବ୍ୟକ୍ତି ଏହି ଯୋଜନାରେ ନିବେଶ କରିପାରିବେ ନାହିଁ । ଏ ନେଇ ଅଗଷ୍ଟ ୧୦ ତାରିଖରେ ସୂଚନା ଜାରି କରାଯାଇଛି । ତେବେ ଅକ୍ଟୋବର ୧ କିମ୍ବା ଏହାପରେ କେହି ଆୟକରଦାତା ଏହି ଯୋଜନାରେ ଖାତା ଖୋଲିବା ପାଇଁ ଆବେଦନ କଲେ ଏହା ବନ୍ଦ କରି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.