fbpx

ଆସିଗଲା ଉଡ଼ନ୍ତା CAR ! ଆକାଶରେ ବି ଉଡ଼ିବ ରାସ୍ତାରେ ବି ଚାଲିବ…

ପେଟ୍ରୋଲ, ଡିଜେଲ ସିଏନଜି ଏବଂ ଇଲେକ୍ଟ୍ରିକ୍ କାର୍ ପରେ ଏବେ ମାର୍କେଟରେ ଊଡ଼ନ୍ତା କାର୍ ଆସିବାରେ ଲାଗିଛି । ଏପର୍ଯ୍ୟନ୍ତ ଆପଣ ଏଭଳି କାର୍ କଥା ଶୁଣିଥିବେ କିମ୍ବା କୌଣସି ଫିଲ୍ମ କିମ୍ବା କାର୍ଟୁନରେ ଦେଖିଥିବେ । କିନ୍ତୁ ଏବେ ଏହା ବାସ୍ତବରେ ହେବାକୁ ଯାଉଛି । ଆପଣ ନିଜ ପାଇଁ ଉଡ଼ନ୍ତା କାର୍ କିଣିପାରିବେ । ଉଡ଼ନ୍ତା କାର୍ (Flying Car) ର ଅର୍ଥ ହେଉଛି ଏଭଳି ଗାଡ଼ି ଯାହାକୁ ଆପଣ ରୋଡ୍ ରେ ବି ଚଳାଇପାରିବେ ଏବଂ ଆକାଶରେ ଉଡ଼ାଇପାରିବେ ।

ଆମେରିକା ବଜାରରେ Switchblade ର ପ୍ରଥମ ଫ୍ଲାଇଂ କାର୍ ଆସିଛି, ଯାହାକୁ ସାଧାରଣ ଲୋକେ କିଣିପାରିବେ । ଏହି କାରକୁ ପ୍ରାୟ ୨ ହଜାର ଲୋକ ବୁକ୍ ମଧ୍ୟ କରିଛନ୍ତି । ଏହି କାରକୁ ତିଆରି କରିବା ପାଇଁ ସାମସନ ସ୍କାଏ(Samson Sky )କୁ ୧୪ ବର୍ଷ ଲାଗିଛି । ଏତେ ବର୍ଷ ମଧ୍ୟରେ ଡିଜାଇନ,  ଆର ଆଣ୍ଡ୍ ଡି (R&D) ଏବଂ ଫଣ୍ଡ ରେଜିଙ୍ଗ୍ (Fund Raising) ଉପରେ କାମ କରିବା ପରେ ସାମସନ ସ୍କାଏର ପ୍ରଥମ ଫ୍ଲାଇଂ କାର ହାଇ ସ୍ପିଡ୍ ଟାକ୍ସି ଟେଷ୍ଟିଂ ପୂରା କରିଛି । ଏହି କାର୍  87Mph ସ୍ପିଡରେ ଉଡ଼ିପାରିବ, ଏହା ସହ କାରର ବ୍ରେକ୍ ଟେଷ୍ଟିଂ ମଧ୍ୟ ହୋଇଛି । ଏଥିରେ ପାଇଲଟ୍ ସିଟ୍ ଏବଂ ଜଣେ ପାସେଞ୍ଜର ସିଟ୍ ରହିଛି ।

ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି ଏହା କିପରି ଉଡ଼ିବ ଏବଂ ଏହାର ପାର୍କିଂ କେଉଁଠି ହେବ । ତେବେ କମ୍ପାନୀ ତରଫରୁ କୁହାଯାଇଛି ଏହାକୁ କେଉଁଠି ପାର୍କ କରିହେବ । ଏହା ସହ ଏହାକୁ ଚଳାଇବା ପାଇଁ କାର୍ ଏବଂ ଆଭିଏସନ ଲାଇସେନ୍ସ ଦରକାର ହେବ । ଦାମ୍ କହିଲେ ଏହାର ମୂଲ୍ୟ ୧.୭ ଲକ୍ଷ ଡଲାର ବା ୧.୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ।

 

Get real time updates directly on you device, subscribe now.