fbpx

(Video) ‘ଗରବା’ରେ ଝୁମିଲେ ହଜାର ହଜାର ଲୋକ: ସାମ୍ନାକୁ ଆସିଲା ଆଖି ଝଲସା ଭିଡିଓ…

ନୂଆଦିଲ୍ଳୀ: ଜାରିରହିଛି ନବରାତ୍ରିର ମାହୋଲ । ସମଗ୍ର ଦେଶରେ ଖୁବ୍ ଧୁମଧାମର ସହ ପାଳନ ହୋଇଥାଏ ନବରାତ୍ରି । ଆଉ ଏଥର ପୁଣି ଦୀର୍ଘ ଦୁଇ ବର୍ଷ ପରେ ନବରାତ୍ରିକୁ ସାମୂହିକ ଭାବରେ ପାଳନ କରାଯାଉଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ନବରାତ୍ରିରେ ଗରବା ଆଉ ଡାଣ୍ଡିଆର ତ’ ପୁଣି କିଛି ଅଲଗା ହିଁ ମଜାଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ହଜାର ହଜାର ସଂଖ୍ୟାରେ ଗରବା କରୁଛନ୍ତି । ଯାହା ଦେଖିବାକୁ ଖୁବ୍ ମନମୋହକ ।

ଭିଡିଓଟି ଗୁଜରାଟ ଭଦୋଦରାର । ଏଠାରେ ଭକ୍ତମାନେ ମିଳିତ ଭାବରେ ଗରବା ଖେଳୁଛନ୍ତି । ଯାହା ଏତେ ସୁନ୍ଦର ଯେ ସତରେ ଦେଖିଲେ ଆଖି ଝଲସି ଉଠିବ । ଭିଡିଓଟି ଡ୍ରୋନ୍ ଦ୍ୱାରା ଉଠାଯାଇଛି । ଅନେକ ୟୁଜର୍ସ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରକୃତରେ ଏହାହିଁ ହେଉଛି ନବରାତ୍ରିର ମଜା । ଦେଖନ୍ତୁ ଭିଡିଓ…

ତେବେ ଏହା ପୂର୍ବରୁ ମଧ୍ୟ ଗରବାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ କେତେବେଳେ ଲୋକେ ସ୍ୱିମିଂ ପୁଲରେ, କେତେବେଳେ ଟ୍ରେନରେ ତ’ ପୁଣି ନିକଟରେ ବେଙ୍ଗାଲୁରୁ ଷ୍ଟେସନରେ ଶହ ଶହ ଲୋକ ଗରବା କରୁଥିବାର ନଜର ଆସିଥିଲେ ।

Get real time updates directly on you device, subscribe now.