fbpx

(Video) ୨ ଦିନ ତଳେ ଛାତ ଉପରେ ଭାଇ ଚାଲିଯାଇଥିଲା, ଆଜି ସେଇ ଜାଗାରେ ଭଉଣୀ ବି ଚାଲିଗଲା

ଜୟପୁର: ଭାଇ ମରିବାର ୩ ଦିନ ପରେ ଭଉଣୀର ହୋଇଛି ସନ୍ଦେହଜନକ ମୃତ୍ୟୁ । ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ୩ ଦିନ ପରେ ସେହି ଘରେ ଇଞ୍ଜିନିୟରିଂ ପଢ଼ୁଆ ଭଉଣୀର ମୃତ୍ୟୁ ହୋଇଛି । ଘରର ଛାତରୁ ଇଞ୍ଜିନିୟରିଂ ପଢ଼ୁଥିବା ଭଉଣୀର ମୃତଦେହ ଉଦ୍ଧାର ହୋଇଛି । ଉଭୟ ଭାଇଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ୩ ଦିନ ବ୍ୟବଧାନରେ ଭାଇ-ଭଉଣୀଙ୍କ ମୃତୁ ହୋଇଥିବାରୁ ଏହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ଆଉ ଆଜି ସେହି ଘରେ ଇଂଜିନିୟରିଂ ପଢୁଆ ଭଉଣୀର ମୃତ୍ୟୁ ହୋଇଛି । ଘର ଛାତ ଉପରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଉଭୟ ଭାଇଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମାତ୍ର ତିନି ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଭାଇକୁ ଝୁରି ଝୁରି ଝିଅର ଜୀବନ ଚାଲିଯାଇଥିବା ମୃତକଙ୍କ ବାପା କହିଛନ୍ତି । ଭଉଣୀ ବାହାରେ ପଢ଼ୁଥିବା ବେଳେ ଭାଇ ଭଉଣୀ ପାଖରେ ପୋଷାକ ପାଇଁ କିଛି ଦିନ ପୂର୍ବରୁ ଜିଦ୍‌ କରିଥିଲା । ହେଲେ ସେ ଡ୍ରେସ୍‌ ଆଣିବା ପୂର୍ବରୁ ହିଁ ଭାଇର ଜୀବନ ଚାଲିଗଲା । ଆଉ ସେହି କଥାକୁ ମନେ କରି କରି ସେ ଦିନ ରାତି କାନ୍ଦୁଥିଲା । ଭାଇ ତ ଚାଲିଗଲା ମୁଁ କାହିଁକି ରହିବି ବୋଲି ସବୁବେଳେ କହୁଥିଲା । ଆଉ ପରିବାର ଲୋକ ତାଙ୍କୁ ବୁଝାଉଥିଲେ । ଶେଷରେ ଆଜି ତାଙ୍କର ବି ଜୀବନ ଚାଲିଯାଇଛି ।

Get real time updates directly on you device, subscribe now.