fbpx

ଭଡ଼ାରେ ମିଳୁଛି ଜେଲ ରୁମ୍: ରହିଲେ ହେବ ଗ୍ରହ ଖଣ୍ଡନ…

ଲୋକମାନେ ଜ୍ୟୋତିର୍ବିଦ୍ କିମ୍ବା ପୂଜକଙ୍କ ଠାରୁ ବିବାହ, ଚାକିରି, ଉଚ୍ଚଶିକ୍ଷା କିମ୍ବା ଲକ୍ଷ୍ୟ ହାସଲ ପାଇଁ ଏବଂ ଜୀବନରେ ସଫଳ ହେବା ପାଇଁ ପରାମର୍ଶ ନେଇଥାନ୍ତି । ଅନେକ ସମୟରେ ଲୋକମାନେ ରିଷ୍ଠଖଣ୍ଡନ ପାଇଁ ବିଭିନ୍ନ ଉପାୟ ମଧ୍ୟ କରିଥାନ୍ତି, ପୂଜାପାଠ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡରେ ଏକ ଜେଲ୍ ରହିଛି ଯାହାର ରୁମ୍ ଭଡ଼ାରେ ଦିଆଯାଉଛି । ଆଉ ଏହା ପୁଣି ସେମାନଙ୍କୁ ଦିଆଯାଉଛି ଯେଉଁମାନେ ‘ବନ୍ଧନ ଯୋଗ’ରୁ ମୁକ୍ତି ପାଇବାକୁ ଚାହୁଛନ୍ତି ।

ଆଜ୍ଞା ହଁ ଏହା ସତ । ହଲଦାନୀ ଜେଲ୍ ଦେଶର ପ୍ରଥମ ଏଭଳି ଏକ ଜେଲ୍ ଯେଉଁଠାରେ ଜଣେ ଭଡ଼ା ଦେଇ ରହିପାରିବେ । ଆଉ ଭଡ଼ା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ବି ହୋଇପାରିବେ । ଭଡ଼ା ହେଉଛି ମାତ୍ର ୫୦୦ ଟଙ୍କା । ଜ୍ୟୋତିଷ ଶାସ୍ତ୍ର ଅନୂଯାୟୀ, ଯଦି ଆପଣଙ୍କର ଜେଲ୍ ଯିବାର ସମ୍ଭାବନା ଥାଏ ତେବେ ଆପଣ ଏମିତି ଭଡ଼ାରେ ରହି ଏହି ଦୋଷରୁ ମୁକ୍ତି ପାଇପାରିବେ ।

ହଲଦାନୀ ଜେଲରେ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ଯଦି କେହି ବ୍ୟକ୍ତି ଜେଲରେ ରହିବାକୁ ଚାହୁଛନ୍ତି ତେବେ ଏକ ସ୍ୱତନ୍ତ୍ର ରୁମ୍ ତାଙ୍କୁ ଦିଆଯିବ । ଅବଶ୍ୟ ଏଭଳି ବ୍ୟବସ୍ଥା ପାଇଁ ହେଡକ୍ୱାର୍ଟରରୁ ଅନୁମତି ନେବାକୁ ପଡ଼ିଥାଏ ।

Get real time updates directly on you device, subscribe now.