fbpx

ଦେଢ଼ ଘଣ୍ଟା ଯାଏଁ ମୋବାଇଲକୁ ହାତ ବି ମାରିପାରିବେନି! କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ଆଜିକାଲି ଘରେ ଘରେ ମୋବାଇଲ ସ୍ମାର୍ଟ ଟିଭି ଭଳି ଅନେକ ଇଲେକ୍ଟ୍ରୋନିକ୍ସ ଜିନିଷର ବ୍ୟବହାର ବଢ଼ିଛି । ଏହାର ଫାଇଦା ସହ କ୍ଷତି ମଧ୍ୟ ରହିଛି । ଲୋକଙ୍କୁ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ସ ଏବଂ ସୋସିଆଲ ମିଡିଆର ଅଭ୍ୟାସରୁ ହେଉଥିବା ରୋଗରୁ ରକ୍ଷା ପାଇବା ପାଇଁ ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲା ସ୍ଥିତ ମୋହିତ୍ୟାଞ୍ଚେ ବଡଗାଓଁର ଗ୍ରାମବାସୀମାନେ ଏକ ଭିନ୍ନ ଉପାୟ ବାହାର କରିଛନ୍ତି ।

ପ୍ରାୟ ୩୨୦୦ ଲୋକ ବାସ କରୁଥିବା ଏହି ଗ୍ରାମର ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟଠାରୁ ଦୂରେଇବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛନ୍ତି । ଏଠାରେ ମନ୍ଦିରରେ ପ୍ରତିଦିନ ସନ୍ଧ୍ୟା ୭ ଟାରେ ଏକ ସାଇରନ ବାଜିଥାଏ । ଏହା ଏହି କଥାର ସଙ୍କେତ ଦେଇଥାଏ ଯେ ସବୁ ଲୋକ ସେମାନଙ୍କ ମୋବାଇଲ ଫୋନ୍, ଟିଭି ଏବଂ ଅନ୍ୟ ଗ୍ୟାଜେଟର ବ୍ୟବହାର ବନ୍ଦ କରି ରଖନ୍ତୁ । ମୋବାଇଲ ଏବଂ ଟିଭି ବନ୍ଦ କରିବାର ଏହି ପ୍ରସ୍ତାବ ଗାଁ ସରପଞ୍ଚ ବିଜୟ ମୋହିତେ ରଖିଥିଲେ । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ୭ଟାରେ ସାଇରନ ବାଜିବା ମାତ୍ରେ ଲୋକମାନେ ନିଜର ସବୁ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ବନ୍ଦ କରିନିଅନ୍ତି ।

ଏହି ସମୟରେ ଲୋକମାନେ ଏଠାରେ କେବଳ ବହି ପଢ଼ିଥାନ୍ତି । ପିଲାମାନେ ପାଠପଢ଼ାରେ ଲାଗିଥାନ୍ତି । ଲୋକମନେ ଏକାଠି ବସି କଥାବାର୍ତ୍ତାରେ ସମୟ ବିତାଇଥାନ୍ତି । ଏହାଦ୍ୱାରା ଲୋକମାନେ ସୁଖ ଦୁଃଖ ମଧ୍ୟ ପରସ୍ପର ସହ ବାଣ୍ଟିଥାନ୍ତି । ଏହା ୭ ଟାରୁ ସାଢ଼େ ୮ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ କେହି ନିୟମ ଭାଙ୍ଗୁନାହାଁନ୍ତି ତ’, ଏଥିପାଇଁ ଜଣେ ଗାର୍ଡ ସମିତି ମଧ୍ୟ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.