fbpx

ଦୁତିଚାନ୍ଦଙ୍କ ବଡ ଭଉଣୀକୁ ରୋକ ଠୋକ୍ ଧମକ: ସୁଧିରିବାର ଅଛି ଯଦି ସୁଧିରିଯା ନଚେତ୍…

ଭୁବନେଶ୍ୱର: ପୁଣିଥରେ ରାସ୍ତାରେ ପଡି ଦାଣ୍ଡରେ ଗଡୁଛି ଦୁତି ଚାନ୍ଦ ଓ ବଡ ଭଉଣୀ ସରସ୍ବତୀ ଚାନ୍ଦ ବିବାଦ। ସାମାଜିକ ଗଣମାଧ୍ୟମରେ ପୁଣି ଥରେ ଦୁହେଁ ମୁହାଁ ମୁହିଁ ହୋଇଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ପରସ୍ପରକୁ ଧମକ ଦେବାକୁ ପଛାଇ ନାହାନ୍ତି। ଦୁହେଁ ଦୁହିଁଙ୍କର ଗୋଇ ଓଗାଳିଛନ୍ତି ସୋସିଆଲ ମିଡିଆରେ। ସରସ୍ବତୀ ଚାନ୍ଦଙ୍କ ମନ୍ତବ୍ୟକୁ ନେଇ ସିଧା ସଳଖ ଧମକ ଦେଇଛନ୍ତି ଦୁତି। ବଡ ଭଉଣୀକୁ ରୋକ ଠୋକ୍ ଦେଲେ ଧମକ ଦେଇ ସୁଧୁରି ଯିବାକୁ କହିଛନ୍ତି। ‘ସୁଧିରିବାର ଅଛି ଯଦି ସୁଧିରିଯା ନଚେତ୍ ଦେଖିବୁ ମୁଁ ତୋର କଣ କରିବି। ଆଉ ତାହା ତୁବି ଭଲରେ ଜାଣିଛୁ।’

‘ନିଜକୁ ଶଣ୍ଢ କହି ଗୋଟିଏ ବାଙ୍ଗଲାଦେଶି ଛିଅକୁ ନିଜ ପାଖରେ ରଖିତା କରିରଖିଛୁ। ତା ନାରେ ଫର୍ଜରି କରି ଆଧାର କାର୍ଡ ପାନ କାର୍ଡ ଡ଼୍ରାଇଭିଙ୍ଗ ଲାଇସେନ୍ସ ବନାଇ ଭାରତର ଭାସିିିନ୍ଦା କରିଛୁ। ପୋଲିସର ଧମକ ଧେଖାଇ ଗୋଟିଏ ବାଙ୍ଗାଲାଦେଶର ଝିଅକୁ ଜୋର ଜବରଦସ୍ତି କରୀ ନିଜର ରଖିତା କରି ରଖିବା ଏବଂ ଫଜରୀ କରି ତି ନା ରେ ଆଧାରକାର୍ଡ, ପାନ୍ କାଡ, ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇ ତାକୁ ଭାରତର ବାସିନ୍ଦା କରିବା,,,,।’

ଏହା ଶୀତ ସେ କହିଛନ୍ତି ଯେ,’ଏ ସବୁ ଏଥିପାଇଁ ଏତେ ସହଜ କାରଣ ସରସ୍ୱତୀ ଚାନ୍ଦ ପୋଲିସ ଅଧିକାରୀଣୀ ନିଜ କ୍ଷମତାର ଦୁରୁପ ଯୋଗ କରି। ଏହି ପରି କେତେ ବାଙ୍ଗାଦେଶି ଏବଂ ନେପାଳର ନାଗରିକ ମାନଙ୍କୁ ଓଡିଶା ଆଣି ଭାରତର ବାସିନ୍ଦା କରିଛନ୍ତି ସରସ୍ୱତୀ ଚାନ୍ଦ। ତାହା ଉପଯୁକ୍ତ ତଦନ୍ତ କଲେ ଜଣା ପଡିବ। ମୋର ସିନା ଆଳୁ ଦୋଷ ଅଛି। ହେଲେ ତୋର କି ଦୋଷ ଅଛି? ଗୋଟିଏ ବିନା ପରିଚିତ ବଙ୍ଗଳାଦେଶର ଝିଅ କୁ ଆଣି ଦୀର୍ଘ ୪ ବର୍ଷ ହେଲା ରଖିଛୁ। ନିଜକୁ ଷଣ୍ଢ ଭାବି ତାକୁ ଗାଇ ଭଳିଆ ନିଜପାଖରେ ରଖିଛୁ। ଦୁନିଆ ଆଗରେ ନିଜର ଛାତ୍ରୀ ବୋଲି କହି କି ଖେଳ ସିଖାଉଚୁ ପଡିଆରେ ନା ନିଜର ବେଡ୍ ରୁମ୍ ରେ? ତୁ କଣ ପ୍ରକୃତରେ ସମସ୍ତେ ଜାଣିଛନ୍ତି।

ବାପା ମାଆଙ୍କୁ ହାତ କରି ମୋତେ ମିଛରେ ବଦନାମ କଲୁ। ହେଲେ କଣ ହେଲା କିଛି ଓଖାଡି ପାରିଲୁନି। ସେଷରେ ନିଜେ ଘରୁ ବିଦା ହେଇ ଭୂବନେଶ୍ୱର ରେ ଗୋଟିଏ ଘର ଭଡା ନେଇ ରହିଚୁ।
ତୁ ବହୁତ ମୋତେ କହିଲୁଣି। ମୁ ବହୁତ ସହିଲିଣି ଜଦି ଖୁସିରେ ବଞ୍ଚିବାର ଅଛି। ସୁଧୁରିଯା ନ ହେଲେ ,,,,,। ମୁ ତୋର କଣ କରିବି ତୁ ଭଲଭାବରେ ଜାଣିଛୁ।

Get real time updates directly on you device, subscribe now.