fbpx

ପୃଥିବୀର ନିକଟତର ହେଉଛି ଜୁପିଟର: ୬୦ ବର୍ଷ ପରେ ଦେଖିବାକୁ ମିଳିବ ଏମିତି ଅଦ୍ଭୁତ ଦୃଶ୍ୟ

ନୂଆଦିଲ୍ଲୀ: ଗ୍ରହର ପ୍ରଭାବରେ ପ୍ରତ୍ୟେକ ବ୍ୟକ୍ତି ଏବଂ ବାତାବରଣ ଉପରେ ଦେଖିବାକୁ ମିଳିଥାଏ । ତେବେ ଏଥର ଡିସେମ୍ବର ୨୬ ତାରିଖରେ ପୃଥିବୀର ଖୁବ ନିକଟତର ହେବାକୁ ଯାଉଛି । ତେବେ ୬୦ ବର୍ଷ ମଧ୍ୟରେ ଏହି ଘଟଣା ପ୍ରଥମ ଥର ହେବ । ଏହା ପୂର୍ବରୁ ଗତ ୧୯୬୩ ମସିହାରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପୃଥିବୀ ଉପରେ ଏହି ଘଟଣାର କେଉଁ ପ୍ରଭାବ ପଡିବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ପୃଥିବୀର ଏତେ ନିକଟତର ହୋଇ ସୂର୍ୟ୍ୟଙ୍କ ନିକଟତର ହୋଇଥିବାରୁ ଏହା ସମସ୍ତଙ୍କ ଉପରେ ପ୍ରଭାବ ପକାଇବ। କିନ୍ତୁ ବିଶେଷ କରି ଜଳବାୟୁ ଉପରେ ଏହାର ପ୍ରଭାବ ଅଧିକ ରହିବ । ତେବେ ଦକ୍ଷିଣ ଭାରତର ରାଜ୍ୟ ବିହାର ଏବଂ ବେଙ୍ଗଲ ଆଦି ଅଞ୍ଚଳରେ ଏହି ଘଟଣାର ଅଧିକ ପ୍ରଭାବ ଅନୁଭୂତ ହେବ । ସେପଟେ ଦୁର୍ଗପୂଜା ସମୟରେ ଏଭଳି ଘଟଣାକୁ ନେଇ ବିଭିନ୍ନ ପରିକଳ୍ପନା ଆରମ୍ଭ ହୋଇଛି । ତେଣୁ ଚଳିବର୍ଷ ନଭେମ୍ବରରେ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

ଗୁରୁ ଗ୍ରହ ପୃଥିବୀର ନିକଟତର ହେବା ଦ୍ୱାରା ମଣିଷଙ୍କ ନିକଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହାଦ୍ୱାରା ଲୋକଙ୍କ ଧାର୍ମିକ ଭାବନାରେ ମଧ୍ୟ ବିକାଶ ହେବ । ଲୋକଙ୍କ ଆସ୍ଥା ବୃଦ୍ଧି ହେବା ସହିତ ଭକ୍ତି ଭାବନାରେ ମଧ୍ୟ ବିକାଶ ଦେଖିବାକୁ ମିଳିବ । ସେହିପରି ସୂର୍ଯ୍ୟଗ୍ରହଣ ପୂର୍ବରୁ ସୁନାର ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିପାରେ । ତେବେ ୨୫ ଏବଂ ୨୬ ସେପ୍ଟେମ୍ବରରେ ଏହି ଘଟଣା ଦେଖାଯାଇପାରେ ।

Get real time updates directly on you device, subscribe now.