fbpx
BSKY SKY
BSKY SKY

Video: ଗରିବ ଅସହାୟଙ୍କ ଜମି ହଡପ ରେ ସହଯୋଗ କଲେ ତହସିଲଦାର..ତଳ କର୍ମଚାରୀଙ୍କ ମୁଣ୍ଡରେ ବୋଳିଲେ ଅଠା

BSKY

ବେତନଟୀ: କୋଟି କୋଟି ଟଙ୍କାର ସିଲିଂ ଜମି ଦୁର୍ନୀତି ହୋଇଥିବା ଜଣା ପଡ଼ିଛି । ଗରିବ ଖଟିଖିଆ ଜମିକୁ ଦଲାଲ୍ ଓ ଗୁଣ୍ଡା ସାହାଜ୍ୟରେ ହଡପ୍ କରି ବେଧଡକ୍ ଭାବେ ଚାଲିଛି ବିକ୍ରୀ । ଉଚ୍ଚନ୍ୟାୟାଳୟର ଆଦେଶକୁ କଲେ ଅବମାନନା ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଆର.ଡି.ସି ଙ୍କ ନିର୍ଦେଶ ହୋଇଥିବା ସୂଚନା ମିଳିଛି । ଆଉ ସନ୍ଦେହ ଘେରରେ ବର୍ତ୍ତମାନ ଭାରପ୍ରାପ୍ତ ତହସିଲଦାର । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବେତନଟୀ ତହସିଲ ଅଧିନସ୍ଥ ବୈଶିଙ୍ଗା ମୌଜା ଅନ୍ତର୍ଗତ ଦୁର୍ଗାପୁର ଗାଁରୁ।

ଆଖି ଦୃଷ୍ଟିଠାରୁ ଅନେକ ଦୁର ବ୍ୟାପି ରହିଥିବା ଏକର ଏକର ଜମି ଅନେକ ଭୋକିଲା ପେଟକୁ ଆହାର ଯୋଗାଉଥିବା ବେଳେ ଏହି ଜମି ହଡ଼ପ ହୋଇଥବା ଜଣା ପଡ଼ିଛି । ଘଟଣା ମୁତାବକ ୧୯୭୪ ମସିହାରେ ଏହି ଦୁର୍ଗାପୁର ଗ୍ରାମର ଅନେକ ଆଦିବାସୀ,ହରିଜନ ଓ ସାଧାରଣ ବର୍ଗର ଭୂମିହୀନ ଓ ଗରିବ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କ ମାଧ୍ୟମରେ ଓ ଏଲଆର ସିଲିଂ ଉଦବୃତ ଜମି ପ୍ରଦାନ କରାଯାଇଥିଲା । ଏବଂ ଜମିର ଭୋଗ ଓ ଦଖଲ ପାଇଁ ବେତନଟୀ ତହସିଲ କାର୍ଯ୍ୟାଳୟରୁ ସମସ୍ତଙ୍କୁ ‘କେ’ଫର୍ମ ପ୍ରଦାନ କରାଯାଇଥିଲା । ସେହିଦିନ ଠାରୁ ସମସ୍ତ ହିତାଧିକାରୀ ମାନେ ଜମି ଦଖଲ କରି ଚାଷବାସ କରି ତାଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ସୂଚନା ମୁତାବକ ବର୍ତ୍ତମାନର ବେତନଟୀ ତହସିଲର ଭାରପ୍ରାପ୍ତ ତହସିଲଦାର, ତହସିଲ ସୁପରଭାଇଜର ଓ ଆରଆଇ ଅର୍ଥଲୋଭରେ ପଡ଼ି ଏଠାକାର ଏକର ଏକର ଜମିକୁ ବିକ୍ରୀ କରିବାରେ ଜମି ମାଫିଆଙ୍କୁ ସାହାଯ୍ୟ ସହଯୋଗ କରୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଉଚ୍ଚନ୍ୟାୟାଲୟର ଆଦେଶକୁ ଅବମାନନା କରି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନମିତା ଧଳ ଉଦ୍ଦେଶ୍ୟମୂଳକ ଭାବେ ହିତାଧିକାରୀଙ୍କୁ ଧମକଚମକ ଦେଇ ଅସାଧୁ ଉପାୟରେ ସେମାନଙ୍କ ଦଖଲରେ ଥିବା ୧୯ ଏକର ଜମିକୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ପାଣିଷଣ୍ଢା ଗ୍ରାମର ଗୋଲାମ ଖାନ୍ ଙ୍କ ପୁଅ ଜାଏଦ୍ ଅଲ୍ଲୀଙ୍କ ନାମରେ ରେକର୍ଡ କରିଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆରଡିସି ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍ ଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏ ବାବଦରେ ବେତନଟୀ ତହସିଲର ଭାରପ୍ରାପ୍ତ ତହସିଲଦାର ନମିତା ଧଳ ଙ୍କୁ ସାକ୍ଷାତ କରିବାରୁ ସେ କୌଣସି ସନ୍ତୋଷ ଜନକ ପ୍ରତିକ୍ରୟା ଦେଇପାରିନଥିଲେ । ଏବଂ ସେ ଏଠାରେ ଅନେକ ପ୍ରେସରରେ ରହୁଥିବା କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.