fbpx
BSKY
BJD SHG SKY
BJD MC SKY

ମୃତକଙ୍କ ହାଲଚାଲ ବୁଝିପାରୁଛନ୍ତି ଏଠିକାର ଲୋକେ, ୧୦ ବର୍ଷର ବାଳିକାର ପ୍ରସ୍ତାବ କରିପାରିଛି ଏହା ସମ୍ଭବ

ନୂଆଦିଲ୍ଲୀ: ଖବରଟି ଆପଣଙ୍କୁ ଝଟକା ଦେବ ନିିଶ୍ଚୟ । କିନ୍ତୁ ଏହା ସଂପୂର୍ଣ୍ଣ ସତ ଖବର ଯାହାର କେବେ କେହି କଳ୍ପନା ବି କରିପାରିବେ ନାହିଁ । ବ୍ରିଟେନରେ ରହୁଥିବା ଏକ ୧୦ ବର୍ଷର ବାଳିକା ଲାଗି ଏହା ସମ୍ଭବ ହୋଇଛି । ବାଳିକା ଜଣକ ନିଜ ଜେଜେ ଜେଜେମା’ଙ୍କ ପାଖକୁ ଚିଠି ଲେଖିବାକୁ ଚାହୁଁଥିଲା । କିନ୍ତୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଏପରି ସ୍ଥିତିରେ ବାଳିକା ଏକ ଅଭିନବ ଆଇଡିଆ ଦେଇଥିଲେ । ଏହାପରେ ଦେଶରେ ସମସ୍ତ କବରଖାନାରେ ପୋଷ୍ଟବକ୍ସ ଲଗାଯାଇଥିଲା । ଏହି ପୋଷ୍ଟବକ୍ସକୁ ‘ପୋଷ୍ଟବକ୍ସ ଟୁ ହେଭେନ୍‌’ ନାମ ଦିଆଯାଇଥିଲା । ଶୋକ ସନ୍ତପ୍ତ ପରିବାର ନିଜ ସ୍ୱର୍ଗବାସୀ ଆତ୍ମୀୟଙ୍କୁ ଚିଠି ଲେଖି ଏହି ବାକ୍ସରେ ପକାଇପାରିବେ ।

ଏହି ବାଳିକାଙ୍କ ନାମ ମଟିଲ୍ଡା ହ୍ୟାଣ୍ଡି । ମଟିଲ୍ଡା ନିଜ ଜେଜେ ଜେଜେମା’ଙ୍କ ମୃତ୍ୟୁ ପରେ ସେମାନଙ୍କୁ ଭାରି ଝୁରି ହେଉଥିଲା । ଏହାପରେ ତା’ ମୁଣ୍ଡକୁ ଏହି ଆଇଡିଆ ଆସିଥିଲା । ସେ ଭାବିଥିଲା ତା’ ପରି ଅନ୍ୟମାନେ ମଧ୍ୟ ନିଜ ଆତ୍ମୀୟଙ୍କୁ ହରାଇ ଝୁରି ହେଉଥିବେ । ମଟିଲ୍ଡାଙ୍କ ମା’ ଝିଅଠାରୁ ଏପରି ଶୁଣିବା ପରେ ନଟିଂହମ୍ ସ୍ଥିତ ଗେଡଲିଙ୍ଗ କବରଖାନା ଯାଇଥିଲେ । ସେଠାରେ ମୃତକଙ୍କ ପରିଜନମାନଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ମଟିଲ୍ଡାଙ୍କ ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିଲେ ।

ଗତ ବର୍ଷ ଖ୍ରୀଷ୍ଟମାସରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇଥିଲା । ପୋଷ୍ଟବକ୍ସ ତିଆରି କରାଯାଇ ସେଗୁଡିକୁ ଧଳା ଓ ସୁବର୍ଣ୍ଣ ରଙ୍ଗ ଦିଆଯାଇଥିଲା । ଇନଷ୍ଟାଗ୍ରାମରେ ଗୁଡ୍ ନ୍ୟୁଜ୍ ମୁଭମେଣ୍ଟ ପେଜ୍ ଅନୁସାରେ ଏବେ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ ଓ ୱେଲସ୍‌ରେ ଥିବା କବରସ୍ଥଳୀରେ ଏପରି ୪୦ ରୁ ଅଧିକ ପୋଷ୍ଟବକ୍ସ ଇନଷ୍ଟଲ କରାଯାଇଛି । ଏବେ ଲୋକମାନେ ଦୁନିଆ ଛାଡି ଯାଇଥିବା ଆତ୍ମୀୟଙ୍କ ପାଖକୁ ଖ୍ରୀଷ୍ଟମାସ ଅବସରରେ କାର୍ଡ ବି ପଠାଇପାରିବେ ।

Get real time updates directly on you device, subscribe now.