fbpx

ଏଇ ବୟସର ଲୋକ କରୋନାରେ ବେଶୀ ଆକ୍ରାନ୍ତ ହୋଇଥାନ୍ତି, ଜାଣନ୍ତୁ କେଉଁମାନେ

Advertisement

କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରାୟ ଏକ ବର୍ଷ ଧରି ଅର୍ଥନୀତି ଓ ଶିକ୍ଷା ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହୋଇ ପଡ଼ିଛି । କରୋନା ପାଇଁ ସବୁଆଡ଼େ ସ୍କୁଲ, କଲେଜ ବନ୍ଦ ହୋଇ ରହିଛି । ତେବେ କେଉଁ ବୟସର ଲୋକଙ୍କୁ ଏହି ମହାମାରୀର ବିପଦ ବେଶୀ ରହିଛି, ତାହା ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ବୟସ୍କ ଓ ପିଲାମାନଙ୍କ ମଧ୍ୟରୁ କେଉଁମାନଙ୍କୁ କରୋନା ବେଶୀ ଆକ୍ରାନ୍ତ କରେ, ତାହାର ଏକ ରିପୋର୍ଟ ଜାତୀୟ ଭୌଗୋଳିକ ସଂସ୍ଥା ଦ୍ୱାର ପ୍ରଦାନ କରାଯାଇଛି ।

ଏହାର ସତ୍ୟତା ପ୍ରମାଣିତ କରିବା ପାଇଁ ଏକ ଗବେଷଣା କରାଯାଇଥିଲା । କରୋନା ସଂସ୍ପର୍ଶରେ ଆସି କ୍ୱାରେଣ୍ଟାଇନରେ ରହିଥିବା ୪୦ ହଜାର ଲୋକଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା । ଶେଷରେ ଏହା ସ୍ପଷ୍ଟ ହୋଇଥିଲା ଯେ, ବୟସ୍କ ଲୋକ ଯେଉଁ ମାତ୍ରାରେ କରୋନାରେ ଆକ୍ରାନ୍ତ ହୁଅନ୍ତି, ପିଲାମାନେ ସେମାନଙ୍କ ଅପେକ୍ଷା ଅଧା ଆକ୍ରାନ୍ତ ହୋଇଥାନ୍ତି । ଯେଉଁ ପିଲାମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ, ତାହା ବୟସ୍କ ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା ।

ବିଶେଷଜ୍ଞ କହିବାନୁସାରେ, ଭୂତାଣୁ ଉଭୟଙ୍କ କ୍ଷେତ୍ରରେ ବ୍ୟାପିବାର ସମ୍ଭାବନା ରହିଥାଏ । ମାତ୍ର ପିଲାଙ୍କ ଅପେକ୍ଷା ବୟସ୍କ ଲୋକଙ୍କ ଠାରେ ସଂକ୍ରମଣର ହାର ତୀବ୍ର ରହିଥାଏ । ବୟସ୍କ ବ୍ୟକ୍ତିଙ୍କ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ।

Get real time updates directly on you device, subscribe now.