fbpx

ପେଟରେ କିଛି କଥା ରଖନ୍ତି ନାହିଁ ଏହି ରାଶିର ଲୋକେ : ସେମାନଙ୍କୁ କିଛି ସିକ୍ରେଟ କହିବା ପୂର୍ବରୁ ୧୦ ଥର ଭାବନ୍ତୁ

ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନର କଥାକୁ ନିଜର ଖାସ୍‌ ଲୋକଙ୍କ ସହ ବାଣ୍ଟିବାକୁ ପସନ୍ଦ କରିଥାନ୍ତି। ଏହାଦ୍ୱାରା ମନର ବୋଝ ହାଲକା ହୋଇଯିବା ସହ ଅନ୍ୟଠାରୁ କିଛି ରାୟ ମଧ୍ୟ ମିଳିଥାଏ। ହେଲେ କିଛି ଲୋକ ଏଭଳି ହୋଇଥାନ୍ତି ଯାହାଙ୍କୁ ତୁମେ କିଛି ବି କହିଲେ ସେ ତୁରନ୍ତ ଅନ୍ୟଆଗରେ ପ୍ରକାଶ କରିଦେଇଥାଆନ୍ତି। କାରଣ ଏମାନଙ୍କ ପେଟରେ କିଛି କଥା ରୁହେନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏଭଳି ୪ ରାଶି ରହିଛି, ଯେଉଁଥିରେ ଜନ୍ମିତ ଲୋକଙ୍କୁ ଭୁଲରେ ବି କିଛି ଜରୁରୀ କଥା କହିବା ଉଚିତ ନୁହେଁ। ଆସନ୍ତୁ ଜାଣିବା….

ମେଷ ରାଶି: ଏହି ରାଶିର ସ୍ବାମୀ ଗ୍ରହ ମଙ୍ଗଳ। ଏହି ଲୋକଙ୍କ ଭିତରେ ବେଶ ଉତ୍ସାହ ଭରି ରହିଥାଏ। ହେଲେ ବହୁତ ଗପୁଡ଼ା ହୋଇଥାନ୍ତି ଏମାନେ। କଥା କଥାରେ ଏମାନେ କାହା କଥା କାହା ଆଗରେ କହିଦିଅନ୍ତି ଜାଣିପାରନ୍ତି ନାହିଁ। କେବେକେବେ ଏମାନେ ନିଜର ଜରୁରୀ କଥା ଅନ୍ୟକୁ କହିବାକୁ ପଛାଇ ନ ଥାନ୍ତି। ଚାହିଁଲେ ବି ଏମାନଙ୍କ ପେଟରେ କୌଣସି କଥା ରହି ନ ଥାଏ।

ମିଥୁନ ରାଶି: ମିଥୁନ ରାଶି ଜାତକଧାରୀ ଅନ୍ୟ ସହ ସହଜରେ ମିଶିଯାଆନ୍ତି। ସହଜରେ ଏମାନେ ଅନ୍ୟର ବିଶ୍ୱାସ ଜିତି ନେଇଥାନ୍ତି। ଏତେ ଗପୁଡ଼ା ଏମାନେ ହୋଇଥାନ୍ତି ଯେ କଥା କଥାରେ ଅନ୍ୟର ବ୍ୟକ୍ତିଗତ କଥା ବି କାହାକୁ କହିଦିଅନ୍ତି। ଚୁଗୁଲି କରିବା ଏମାନଙ୍କୁ ବହୁତ ପସନ୍ଦ। ଏମାନଙ୍କ ପେଟରେ କିଛି କଥା ରହି ନ ଥାଏ।

କର୍କଟ ରାଶି: ଏହି ରାଶିର ଜାତକଧାରୀ ସ୍ବଭାବରେ ବେଶ ଚଞ୍ଚଳ। କଥା କଥାରେ ଏମାନେ ନକହିବା କଥା ଅନ୍ୟମାନଙ୍କ ଆଗରେ ଏପରି କଥା କହିଦିଅନ୍ତି। ହେଲେ ପରେ ସେ ପଶ୍ଚାତାପ କରିଥାନ୍ତି। ଏଣୁ ଏହି ରାଶିର ଲୋକଙ୍କୁ କେବେହେଲେ କୌଣସି ଜରୁରୀ କଥା କହିବା ଉଚିତ ନୁହେଁ।

ତୁଳା ରାଶି: ତୁଳା ରାଶିର ଲୋକ ବେଶ ଗପୁଡ଼ା। ଏମାନଙ୍କ ସହ ଯେକେହି ନିଜ କଥା ବାଣ୍ଟିପାରେ। ହେଲେ ଜ୍ୟୋତିଷ ଅନୁସାରେ ଏମାନଙ୍କ ପ୍ରକୃତି ଏଭଳି ଯେ ଏମାନେ ଅନ୍ୟର କଥାକୁ ପେଟରେ ରଖିପାରନ୍ତି ନାହିଁ। ଏଣୁ ଏମାନଙ୍କୁ କେବେହେଲେ କିଛି କହିବା ଠିକ୍‌ ନୁହେଁ।

Get real time updates directly on you device, subscribe now.