fbpx

(Video) ନୂଆବର୍ଷ ପାଳନ ପାଇଁ ମଦ କିଣିବାକୁ ଗଲେ ଲୋକ: କିନ୍ତୁ ମଦ ବଦଳରେ ମିଳିଲା କ୍ଷୀର ଗ୍ଲାସ୍

ନୂଆଦିଲ୍ଲୀ: ଲୋକମାନେ ୨୦୨୨ ବର୍ଷକୁ ବିଦାୟ ଦେଇ ନୂଆ ବର୍ଷ ୨୦୨୩କୁ ସ୍ୱାଗତ କରିଛନ୍ତି । ନୂଆବର୍ଷ ପାଳନ କରିବାକୁ ନେଇ ଲୋକମାନେ ଖୁବ୍ ଉତ୍ସାହିତ ଥିବା ବେଳେ ଏହା ସହ ଜଡ଼ିତ ହଜାର ହଜାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଲୋକମାନେ ବିଭିନ୍ନ ଉପାୟରେ ନୂଆବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହାରି ମଧ୍ୟରେ ଗୋଟିଏ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଛି ସମୟ ମଧ୍ୟରେ ହଜାର ହଜାର ଲୋକ ଏହାକୁ ଦେଖିସାରିଲେଣି ।

ଭାଇରାଲ ଭିଡିଓଟି ନୂଆବର୍ଷ ପାଳନକୁ ନେଇ ରହିଛି ବୋଲି କୁହାଯାଉଛି । ଏଥିରେ ଦେଖିବାକୁ ମିଳୁଛି କି, ନୂଆବର୍ଷ ପାଳନ କରିବାକୁ ଲୋକମାନେ ଅଧିକ ମାତ୍ରାରେ ମଦ ଦୋକାନରେ ପହଞ୍ଚିଛନ୍ତି । ମଦ ଦୋକାନ ଆଗରେ ଭିଡ଼ ଦେଖିବାକୁ ମିଳିଛି । କିନ୍ତୁ ପରେ ଏହି ଭିଡିଓରେ ଯାହା ଘଟିଛି, ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ ।

ତେବେ ଲୋକମାନେ ଯେତେବେଳେ ମଦ କିଣୁଥିଲେ, ସେତେବେଳେ ଅନ୍ୟ କିଛି ଲୋକ ଆସି ପହଞ୍ଚିଥିଲେ । ସମସ୍ତଙ୍କ ହାତରେ ଏକ ବଡ଼ ଟ୍ରେ ଥିଲା, ଯେଉଁଥିରେ କ୍ଷୀର ଗ୍ଲାସ୍ ଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ମଦ କିଣିବାକୁ ଆସିଥିଲା ଲୋକମାନଙ୍କୁ ସେମାନେ କ୍ଷୀର ଗ୍ଲାସ୍ ଦେଉଛନ୍ତି ।

ଲୋକଙ୍କ ସହ ସେମାନେ ଦୋକାନୀଙ୍କୁ ମଧ୍ୟ କ୍ଷୀର ଗ୍ଲାସ୍ ଦେଉଥିବା ଦେଖିବାକୁ ମିଳିଛି । ତେବେ ନୂଆ ବର୍ଷ ବିନା ନିଶାରେ ପାଳନ କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେବାକୁ ସେମାନେ ଏପରି କରିଥିଲେ । ହସାଉଥିବା ଏହି ଭିଡିଓକୁ ନେଟେନିଜେନ୍ସ ମଧ୍ୟ ପ୍ରଶଂସା କରିଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ନାମକ ଆଇଡିରୁ ସେୟାର କରାଯାଇଛି ।

 

View this post on Instagram

 

A post shared by Vishnu Rawal (@vishnurawal_media)

Get real time updates directly on you device, subscribe now.