fbpx
BJD SKY
BJD SKY

ଅନ୍ୟ ପୁରୁଷଙ୍କ ତୁଳନାରେ ଚାପଗ୍ରସ୍ତ ଚାକିରି କରୁଥିବା ଏବଂ ସ୍ୱଳ୍ପ ଦରମା ପାଉଥିବା ବ୍ୟକ୍ତିଙ୍କର ହୃଦଘାତ ହେବାର ଆଶଙ୍କା ଦୁଇଗୁଣ ଅଧିକ :ରିସର୍ଚ୍ଚ

BJD

ଆଜିକାଲି ଅଧିକ ଟଙ୍କା ରୋଜଗାର କରିବା ପାଇଁ ପୁରୁଷମାନେ ଅତ୍ୟଧିକ ସମୟ ଅଫିସରେ ଅତିବାହିତ କରନ୍ତି। ଅଧିକ ଟଙ୍କା ପାଇବା ପାଇଁ ନିର୍ଦ୍ଧାରିତ ସମୟ ଯାଏ କାମ ସାରିବା ପରେ ମଧ୍ୟ ଅତିରିକ୍ତ ସମୟ ନେଇ କାମ କରନ୍ତି। ଫଳରେ ଚାକିରିଟି ଚାପଗ୍ରସ୍ତ ହୋଇଯାଏ। ଅନ୍ୟପଟେ ସ୍ୱଳ୍ପ ବେତନ ପାଇବା ପୁରୁଷମାନେ ମଧ୍ୟ ଅତ୍ୟଧିକ ଚାପରେ ରୁହନ୍ତି। ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଅନ୍ୟ ପୁରୁଷଙ୍କ ତୁଳନାରେ ଚାପଗ୍ରସ୍ତ ଚାକିରି କରୁଥିବା ବ୍ୟକ୍ତି ଏବଂ ସ୍ୱଳ୍ପ ଦରମା ପାଉଥିବା ବ୍ୟକ୍ତିଙ୍କର ହୃଦଘାତ ହେବାର ଆଶଙ୍କା ଦୁଇଗୁଣ ଅଧିକ।

‘ସର୍କୁଲେସନ୍: ହୃଦ୍‌ରୋଗ ଏବଂ ଗୁଣବତ୍ତା’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ଯେ କାର୍ଯ୍ୟରେ ମାନସିକ ଚାପ ହୃଦଘାତର ଆଶଙ୍କା ବଢାଇପାରେ। କାନାଡାର କ୍ୟୁବେକେ ସ୍ଥିତ ସିଏଚୟୁ ଡେ କ୍ୟୁବେକ୍-ୟୁନିଭରସିଟି ଲାବଲ୍ ରିସର୍ଚ୍ଚ ସେଣ୍ଟରର ମାଥିଲ୍ଡେ ଲାଭିଗ୍ନେ-ରୋବିଚାଉଡ୍ କହିଛନ୍ତି, “କାର୍ଯ୍ୟରେ ଅତ୍ୟଧିକ ସମୟ ଅତିବାହିତ କରି କାର୍ଯ୍ୟ ଚାପ ଏବଂ ହୃଦ୍‌ରୋଗ ଓ ସ୍ୱାସ୍ଥ୍ୟଶକ୍ତି ମଧ୍ୟରେ ସମ୍ପର୍କ ବୁଝିବା ଗୁରୁତ୍ୱପୂର୍ଣ୍ଣ ଅଟେ।”

ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ପୁରୁଷମାନେ ଚାକିରି ଚାପ କିମ୍ବା ସ୍ୱଳ୍ପ ବେତନ ପାଇଁ ଚିନ୍ତିତ ଅଛନ୍ତି ସେହି ବ୍ୟକ୍ତିମାନେ ଅନ୍ୟ ପୁରୁଷଙ୍କ ତୁଳନାରେ ହୃଦଘାତର ଆଶଙ୍କା ୪୯ ପ୍ରତିଶତ ଅଧିକ ବଢିଛି। ହୃଦ୍‌ରୋଗ ଉପରେ ମହିଳାଙ୍କ କ୍ଷେତ୍ରରେ କାର୍ଯ୍ୟରେ ମାନସିକ ଚାପର ପ୍ରଭାବ ଅସ୍ପଷ୍ଟ ଥିଲା। ଲାଭିଗେନ୍-ରୋବିଚାଡଙ୍କ ଅନୁଯାୟୀ, ‘ଚାକିରି ଚାପ’ ଏକ କାର୍ଯ୍ୟ ପରିବେଶକୁ ବୁଝାଏ ଯେଉଁଠାରେ କର୍ମଚାରୀମାନେ ଉଚ୍ଚ ଚାହିଦା ଏବଂ ସେମାନଙ୍କ କାର୍ଯ୍ୟ ଉପରେ କମ୍ ନିୟନ୍ତ୍ରଣ ଭଳି ଜିନିଷର ସମ୍ମୁଖୀନ ହୁଅନ୍ତି।

ଅନୁସନ୍ଧାନକାରୀମାନେ ପ୍ରାୟ ୬,୫୦୦ କର୍ମଚାରୀଙ୍କ ଉପରେ ଅଧ୍ୟୟନ କରିଥିଲେ। ଯାହାର ବୟସ ହାରାହାରି ୪୫ ବର୍ଷ, ସେମାନଙ୍କର ହୃଦଘାତ ରୋଗ ନଥିଲା। ସେମାନଙ୍କ ଉପରେ ୨୦୦୦ ରୁ ୨୦୧୮ ପର୍ଯ୍ୟନ୍ତ ତଦାରଖ କରାଯାଇଥିଲା। ସେହିପରି ଯେଉଁ ବ୍ୟକ୍ତିମାନେ ଚାକିରି ଯୋଗୁଁ ଚାପାଗ୍ରସ୍ତରେ ଥିଲେ ଏବଂ ଯାହାର ସ୍ୱଳ୍ପ ବେତନ ଥିଲା ସେହି ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ଡାଟାବେସ୍ ବ୍ୟବହାର କରି ହୃଦ୍‌ରୋଗ ସମ୍ବନ୍ଧୀୟ ସୂଚନା ମିଳିଥିଲା।

ଏନେଇ ରୋବିଚୋଡଙ୍କ କହିବା କଥା ହେଲା, “ଆମର ଫଳାଫଳ ସୂଚିତ କରେ ଯେ କାର୍ଯ୍ୟ ପରିବେଶରୁ ଚାପ କମାଇବା ପାଇଁ ଉଦ୍ଦିଷ୍ଟ ହସ୍ତକ୍ଷେପ ପୁରୁଷମାନଙ୍କ ପାଇଁ ବିଶେଷ ପ୍ରଭାବଶାଳୀ ହୋଇପାରେ। ମହିଳାମାନଙ୍କ ପାଇଁ ମଧ୍ୟ ସକାରାତ୍ମକ ହୋଇପାରେ, କାରଣ ଡିପ୍ରେସନ୍ ଭଳି ଏହି ଷ୍ଟ୍ରେସ୍ ଅନ୍ୟାନ୍ୟ ପ୍ରଚଳିତ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ।”

Get real time updates directly on you device, subscribe now.