fbpx

୫୦୦ କର୍ମଚାରୀଙ୍କୁ ଛଟେଇ କଲା ବାଇଜୁସ୍, ଜାଣନ୍ତୁ ଏହାର କାରଣ

ବେଙ୍ଗାଲୁରୁ: ବାଇଜୁସର ସଂକଟ ବଢ଼ିବାରେ ଲାଗିଛି । କମ୍ପାନି ପ୍ରାୟ ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଟ୍ୟୁସନ୍ ଏବଂ ମାର୍କେଟିଂ କ୍ଷେତ୍ରର କର୍ମଚାରୀ ବୋଲି ଏକ ସୂତ୍ରରୁ ଜଣାଯାଇଛି । ଟ୍ୟୁସନ ସେଣ୍ଟର ସହ ଜଡ଼ିତ ସର୍ବାଧିକ ବା ପ୍ରାୟ ୨୪୦କର୍ମଚାରୀ ଛଟେଇ ହୋଇଛନ୍ତି । ଛଟେଇ ହୋଇଥିବା ଅନ୍ୟ କର୍ମଚାରୀମାନେ କେ-୧୦ ଏବଂ ପରୀକ୍ଷା ପ୍ରସ୍ତୁତି ଆଦି ଭଳି ଶାଖାରେ କାର୍ଯ୍ୟରତ ଥିଲେ ।

ଆର୍ଥିକ ସଂକଟ କାରଣରୁ ଗତ ୮ ସପ୍ତାହ ମଧ୍ୟରେ ଖରାପ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ବିଦା କରାଯାଇଛି । କୌସି ନୋଟିସ ନଦେଇ କିମ୍ବା ଦକ୍ଷତା ବୃଦ୍ଧି ଯୋଜନାରେ ରଖା ନଯାଇ ସେମାନଙ୍କୁ କାଢ଼ି ଦିଆଯାଇଛି । ତେବେ ଛଟେଇ ଫଳରେ କେତେ କର୍ମଚାରୀ ପ୍ରଭାବିତ ହୋଇଛନ୍ତି ତାହାର ସୂଚନା ଦେଇ ନଥିଲେ ମଧ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ପରିଚାଳନା ଢାଞ୍ଚାକୁ ସରଳ କରିବା, ଖର୍ଚ୍ଚ ହ୍ରାସ ଏବଂ ଉନ୍ନତ ଅର୍ଥ ପରିଚାଳନା ପାଇଁ ହୋଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛୁ ।

କମ୍ପାନୀର ମୁଖପାତ୍ର କହିଛନ୍ତି କି ଅକ୍ଟୋବର ୨୦୨୩ରେ କର୍ମଚାରୀଙ୍କ ଢାଞ୍ଚାରେ କିଛି ପରିବର୍ତ୍ତନ କରାଯାଇଥିଲା ଯାହା ଫଳରେ କମ୍ପାନୀର ଖର୍ଚ୍ଚ କମାଇହେବ । କମ୍ପାନୀ ଆର୍ଥିକ ସମସ୍ୟା ଦେଇ ଗତିକରୁଛି ଏବଂ ଏହାର ପ୍ରଭାବ ପ୍ରତି କର୍ମଚାରୀଙ୍କ ଉପରେ ପଡୁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.