fbpx
BJD SKY
BJD SKY

ଶେୟାର ବଜାରରେ ୪.୩୩ କୋଟି ଟଙ୍କାର ନିବେଶ, ଜାଣନ୍ତୁ କେତେ ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ

BJD

ନୂଆଦିଲ୍ଲୀ: ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟନାଡ (Wayanad) ଆସନ ପାଇଁ ଲୋକସଭା ନିର୍ବାଚନ ୨୦୨୪ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହା ସହ ତାଙ୍କ ପାଖରେ ଥିବା ମୋଟ୍ ଅଚଳାଚଳ ସମ୍ପତ୍ତିର ଘୋଷଣା କରିଥିଲେ ।

ଏକ ଅଫିଡାଭିଟ୍ ମାଧ୍ୟମରେ ସେ ଜଣାଇଛନ୍ତି ଯେ ବ୍ୟାଙ୍କରେ ତାଙ୍କ ନାଁରେ ମୋଟ୍ ୨୬.୨୫ ଲକ୍ଷ ଟଙ୍କା ଜମା ଅଛି । ଶେୟାର ବଜାରରେ ୪.୩୩ କୋଟି ଟଙ୍କାର ନିବେଶ କରିଛନ୍ତି । ଏହା ସହ ମ୍ୟୁଚୁଆଲ ଫଣ୍ଡରେ ୩.୧୮ କୋଟି ଟଙ୍କା ଏବଂ ସୋଭେରେନ୍ ଗୋଲ୍ଡ ବଣ୍ଡରେ ୧୫.୨ ଲକ୍ଷ ଟଙ୍କାର ନିବେଶ କରିଛନ୍ତି । ରାହୁଲଙ୍କ ପାଖରେ ମୋଟ୍ ୪.୨ ଲକ୍ଷ ଟଙ୍କାର ଅଳଙ୍କାର ରହିଛି । ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କ ନାଁରେ NSS, Postal Saving ଏବଂ ଇନସ୍ୟୁରାନ୍ସ ପଲିସିରେ ପାଖାପାଖି ୬୧.୫୨ କୋଟି ଟଙ୍କାର ଜମା ରାଶି ରହିଛି । କହିବାକୁ ଗଲେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ପାଖରେ ମୋଟ୍ ଚଳାଚଳ ସମ୍ପତ୍ତି ୯, ୨୪, ୫୯, ୨୬୪ ଟଙ୍କା ଏବଂ ମୋଟ୍ ଅଚଳ ସମ୍ପତ୍ତି ପାଖାପାଖି ୧୧, ୧୪, ୦୨, ୫୯୮ ଟଙ୍କା ରହିଛି । ଏହି ପରି ଭାବରେ ତାଙ୍କ ପାଖରେ ମୋଟ୍ ଅଚଳାଚଳ ସମ୍ପତ୍ତି ୨୦, ୩୮, ୬୧, ୮୬୨ ଟଙ୍କା ଅଛି । ତେବେ ରାହୁଲ ଗାନ୍ଧୀଙ୍କ ଉପରେ ୪୯, ୭୯, ୧୮୪ ଟଙ୍କାର liability ରହିଛି । କହିରଖୁଛୁ ୨୦୦୪ରେ ରାହୁଲ ଲଢ଼ିଥିବା ପ୍ରଥମ ଲୋକସଭା ନିର୍ବାଚନ ସମୟରେ ତାଙ୍କ ପାଖରେ ମୋଟ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲା ।

Get real time updates directly on you device, subscribe now.