fbpx
BJD
BJD SKY
BJD SKY

ଏହି ବ୍ଲଡଗ୍ରୁପ ଲୋକଙ୍କୁ ଅଧିକ ଥାଏ ଷ୍ଟ୍ରୋକ୍ ହେବାର ଆଶଙ୍କା : ତୁରନ୍ତ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ:ବିଜ୍ଞାନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଥିବା ରକ୍ତକୁ ମୋଟ ୪ ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଯାହାଫଳରେ କୌଣସି ବ୍ୟକ୍ତିଙ୍କୁ ରକ୍ତର ଆବଶ୍ୟକତା ପଡିଲେ ଆମେ ତୁରନ୍ତ ତାଙ୍କ ବ୍ଲଡ ଗ୍ରୁପ୍ର ରକ୍ତ ତାଙ୍କୁ ଅତି ସହଜରେ ଦେଇପାରିଥାଉ । ତେବେ ଏହି ବ୍ଲଡଗ୍ରୁପକୁ ନେଇ ବୈଜ୍ଞାନିକମାନେ ଏକ ରିସର୍ଚ୍ଚ କରିଥିଲେ । ଯେଉଁଥିରୁ ଜଣା ପଡୁଥିଲା ଯେ ଜଣେ ବ୍ୟକ୍ତିଙ୍କ ବ୍ଲଡ ଗ୍ରୁପରୁ ହିଁ ପ୍ରାରମ୍ଭିକ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏନେଇ କଣ କହୁଛି ରିସର୍ଚ୍ଚ ।

ନୂତନ ମେଟା-ଆନାଲିସିସରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ଏପରି କିଛି ବ୍ଲଡ ଗ୍ରୁପ ଅଛି ଯାହାକି ପ୍ରାରମ୍ଭିକ ଷ୍ଟ୍ରୋକ୍ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ । ଇସକେମିକ୍ ଷ୍ଟ୍ରୋକ ଉପରେ ଧ୍ୟାନ ଦେଉଥିବା ଜେନେଟିକ୍ ଅଧ୍ୟୟନଗୁଡିକ ମଧ୍ୟ ଏହି ମେଟା-ଆନାଲିସିସରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ମସ୍ତିଷ୍କକୁ ରକ୍ତ ପ୍ରବାହ ଅବରୋଧ ହେତୁ ଏହି ଇସକେମିକ୍ ଷ୍ଟ୍ରୋକ୍ ହୋଇଥାଏ । ଯାହାକି ୬୦ ବର୍ଷରୁ କମ୍ ବୟସର ଲୋକଙ୍କଠାରେ ଏହା ଅଧିକ ଦେଖାଯାଏ ବୋଲି ମେରିଲ୍ୟାଣ୍ଡ ୟୁନିଭରସିଟି ଅଫ୍ ମେଡିସିନ୍ (UMSOM ) ର ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି।

କଣ କହୁଛି ରିସର୍ଚ୍ଚ: ଜର୍ନାଲ୍ ଅଫ୍ ନ୍ୟୁରୋଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କିଟନର୍ ଏବଂ ତାଙ୍କ ସହକର୍ମୀମାନେ ଜେନେଟିକ୍ସ ଏବଂ ଇସକେମିକ୍ ଷ୍ଟ୍ରୋକ୍ ଉପରେ ୪୮ ଟି ରିସର୍ଚ୍ଚର ମେଟା-ଆନାଲିସିସ୍ କରିଥିଲେ। ଏଥିରେ ୧୭,୦୦୦ ଷ୍ଟ୍ରୋକ୍ ରୋଗୀ ଏବଂ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ ସୁସ୍ଥ ଲୋକ ଅନ୍ତର୍ଭୁକ୍ତ ଥିଲେ। ତେବେ ଏହି ରିସର୍ଚ୍ଚ ଅନୁଯାୟୀ, ଏପରି କିଛି ବ୍ଲଡ୍ ଗ୍ରୁପ୍ ଅଛି ଯାହା ଦ୍ୱାରା ଲୋକଙ୍କୁ ଶୀଘ୍ର ଷ୍ଟ୍ରୋକ୍ ହେବାର ସମ୍ଭାବନା ଥାଏ।ତେବେ ସେହି ବ୍ଲଡ୍ ଗ୍ରୁପରେ ‘A’ ବ୍ଲଡ ଗ୍ରୁପ ସାମିଲ ଅଛି । ଏତତ୍ ବ୍ୟତୀତ ‘O’ ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କଠାରେ ଏହାର ସମ୍ଭାବନା କମ୍ ହୋଇଥାଏ । ବିଭିନ୍ନ କାରଣଗୁଡିକ ବିଶ୍ଳେଷଣ କରିବା ପରେ, ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ୍ ‘A’ ଥିଲା, ସେମାନଙ୍କର ଅନ୍ୟ ବ୍ଲଡ୍ ଗ୍ରୁପ୍ ଲୋକଙ୍କ ତୁଳନାରେ ଶୀଘ୍ର ଷ୍ଟ୍ରୋକ୍ ହେବାର ଆଶଙ୍କା ୧୬% ଅଧିକ ଥିଲା । ଏଥିସହିତ ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ ‘O’ ଥିଲା, ସେମାନଙ୍କର ଅନ୍ୟ ବ୍ଲଡ୍ ଗ୍ରୁପ ଲୋକଙ୍କ ତୁଳନାରେ ଶୀଘ୍ର ଷ୍ଟ୍ରୋକ୍ ହେବାର ଆଶଙ୍କା ୧୨ ପ୍ରତିଶତ କମ୍ ଥିଲା ।

Get real time updates directly on you device, subscribe now.