fbpx

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ବଡ଼ ଖବର, ଡାକ୍ତର କହିଲେ ବ୍ରେନ …

ମୁମ୍ବାଇ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏପର୍ଯ୍ୟନ୍ତ ହୋସକୁ ଆସିପାରି ନାହାଁନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜୁଙ୍କ ବ୍ରେନରେ କୌଣସି ଗତିବିଧି ନହେବା ପର୍ଯ୍ୟନ୍ତ ତାଙ୍କ ଚେତା ଫେରି ପାରିବ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ତେଣୁ ରାଜୁ ଶ୍ରୀବାସ୍ତବ ସୁସ୍ଥ ହେବା ପାଇଁ ତାଙ୍କ ବ୍ରେନରେ ଗତିବିଧି ହେବା ନିହାତି ଆବଶ୍ୟକ । ଆମେ ଏଠାରେ କହି ରଖୁଛୁ କି, ରାଜୁ ଶ୍ରୀବାସ୍ତବ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଗତ ୩୧ ଦିନ ଧରି ତାଙ୍କ ଜୀବନ ପାଇଁ ସଂଗ୍ରାମ କରିଚାଲିଛନ୍ତି। ସେ ଏବେ ବି ଭେଣ୍ଟିଲେଟରରେ ଅଛନ୍ତି। ରାଜୁ ଜଲଦି ଠିକ ହୋଇଯିବା ପାଇଁ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ସହକର୍ମୀମାନେ ନିରନ୍ତର ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଏହା ପୂର୍ବରୁ ୧୫ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବା ପରେ ତାଙ୍କର ଚେତା ଫେରି ଆସିଥିଲେ। ହେଲେ ଏବେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି।

ଅନ୍ୟପକ୍ଷେ ମିଡିଆ ରିପୋର୍ଟ ଅନୁଯାୟୀ, ରାଜୁ ପୁଣି ଥରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ରାଜୁଙ୍କ ଭାଇ ମିଡିଆ ହାଉସକୁ କହିଛନ୍ତି ଯେ, ରାଜୁଙ୍କୁ ୯୯ ଡିଗ୍ରୀ ଜ୍ୱର ହୋଇଛି। ଡାକ୍ତରମାନେ ଏପର୍ଯ୍ୟନ୍ତ ଭେଣ୍ଟିଲେଟର ଅପସାରଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଛୋଟ ଏବଂ ବଡ ପରଦାର ଷ୍ଟାର ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ଅଗଷ୍ଟ ୧୦ରେ ଟ୍ରେଡମିଲରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ । କିଛି ସମୟ ଯନ୍ତ୍ରଣା ସହିବା ପରେ ସେ ଚେତା ହରାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ପ୍ରାୟ ୧୫ ଦିନର ସଂଘର୍ଷ ପରେ ଅର୍ଥାତ ଅଗଷ୍ଟ ୨୫ରେ ତାଙ୍କର ଚେତା ଫେରିଥିଲା। କିନ୍ତୁ ହଠାତ ସେ ଜ୍ଵରରେ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି ।

Get real time updates directly on you device, subscribe now.