fbpx
BSKY SKY
BSKY SKY

‘ଯେତେ କଳା ଯାଦୁ କଲେ ମଧ୍ୟ ଜନତା ବିଶ୍ୱାସ କରିବେ ନାହିଁ’, କଂଗ୍ରେସ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟାକ୍ଷ

BSKY

ନୂଆଦିଲ୍ଲୀ: ହରିୟାଣାର ପାନିପତଠାରେ ଜୈବିକ ଇନ୍ଧନ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏହି ସମୟରେ ସେ କଂଗ୍ରେସକୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକ ନକରାତ୍ମକ ଭାବନାରେ ଫସି ଯାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୫ ଅଗଷ୍ଟକୁ କିଛି ଲୋକ କଳା କପଡା ପିନ୍ଧି କଳାଯାଦୁ କରିବାକୁ ଚାହୁଁଥିଲେ। ତେବେ କଳା କପଡା ପିନ୍ଧି ତାଙ୍କର ନିରାଶା ଶେଷ ହୋଇଯିବ। ‘ସେମାନେ ଯେତେ ଝଡ଼ାଫୁଙ୍କା କଲେ ମଧ୍ୟ ଲୋକେ ସେମାନଙ୍କର କଥା ଶୁଣିବେ ନାହିଁ କିମ୍ବା ତାଙ୍କ ଉପରେ ଭରଷା କରିବେ ନାହିଁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ସହିତ ଦେଶରେ ଜାରି ରହିଥିବା ମହଙ୍ଗାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଥିଲେ ମଧ୍ୟ ମହଙ୍ଗା ଉପରେ ସ୍ପଷ୍ଟ ଭାବରେ କିଛି କହିନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲ ଯେ, ଯଦି ରାଜନୀତିରେ ସ୍ୱାର୍ଥପରତା ଥାଏ, ତେବେ କେହି ଆସି ମାଗଣା ପେଟ୍ରୋଲ ଏବଂ ଡିଜେଲ ଦେବାକୁ ଘୋଷଣା କରିପାରିବେ। ଏହିପରି ପଦକ୍ଷେପ ଆମ ପିଲାମାନଙ୍କ ଠାରୁ ସେମାନଙ୍କର ଅଧିକାର ଛଡ଼ାଇ ନେବ, ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ରୋକିବ। ଏହିପରି ସ୍ୱାର୍ଥପର ନୀତି ଯୋଗୁଁ ଦେଶର ସଚ୍ଚୋଟ ଟିକସଦାତାଙ୍କ ଭାର ମଧ୍ୟ ବୃଦ୍ଧି ପାଇବ। ଯେଉଁମାନେ ସେମାନଙ୍କର ରାଜନୈତିକ ସ୍ୱାର୍ଥ ପାଇଁ ଏପରି ଘୋଷଣା କରନ୍ତି ସେମାନେ କଦାପି ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ କରିବେ ନାହିଁ। ସେମାନେ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବେ, କିନ୍ତୁ ଚାଷୀଙ୍କ ଆୟ ବଢାଇବା ପାଇଁ ଇଥାନଲ ପରି ପ୍ଲାଣ୍ଟ କେବେବି ସ୍ଥାପନ କରିବେ ନାହିଁ।

କହି ରଖୁ କି ଅଗଷ୍ଟ ୫ ତାରିଖରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧି ସଂସଦ ଗୃହରେ ପହ ପହଞ୍ଚିଥିଲେ। ଏହା ବ୍ୟତୀତ କଂଗ୍ରେସ ମଧ୍ୟ ରାସ୍ତାରେ ଯାଇ ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହା ପରେ ଗୃହମନ୍ତ୍ରୀ ଅମିତ ଶାହା ଏହା ମଧ୍ୟ କହିଛନ୍ତି ଯେ ରାମ ମନ୍ଦିରର ମୂଳଦୁଆ ଦିନ କଳା ପୋଷାକ ପିନ୍ଧି ଏହି ଲୋକମାନେ ହିନ୍ଦୁମାନଙ୍କୁ ବିରୋଧ କରୁଛନ୍ତି।

 

 

 

 

Get real time updates directly on you device, subscribe now.