ଅଦାଲତ ଆଦେଶ ଉଲଂଘନ କରୁଥିବା ବ୍ୟକ୍ତି ଦୟାର ପାତ୍ର ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଏକ ମାମଲା ଶୁଣାଣି କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଅଦାଲତ ଦେଇଥିବା ଆଦେଶ ଏବଂ ନିର୍ଦେଶର ଅବମାନନା କରୁଛନ୍ତି, ସେମାନେ ଦୟାର ପାତ୍ର ନୁହନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏଭଳି ଅପରାଧୀଙ୍କୁ କ୍ଷମା କରିବାର ଆଶା କମ୍ ରହିଥାଏ । ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟର ଏକ ମାମଲା ଶୁଣାଣି କରୁଥିବା ସମୟରେ ଏହି ବୟାନ ଦେଇଛନ୍ତି । ଯେଉଁଥିରେ ୨୦୧୫ରେ ଅଦାଲତ ଦେଇଥୁିବା ଏକ ମୌଖିକ ନିଷ୍ପତିର ଉଲଂଘନ କରିବା ପାଇଁ ଅଦାଲତ ଉଲଂଘନ ଅଧିନିୟମ, ୧୯୭୧ ଅନୁସାରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଦଣ୍ଡ ଶୂଣାଯାଇଥିଲା । ୧୩ ଜୁଲାଇ ୨୦୨୨ରେ ହାଇକୋର୍ଟ ତାଙ୍କର ଆଦେଶରେ ତିନି ବ୍ୟକ୍ତିଙ୍କୁ ସଜା ଶୁଣାଇଥିଲେ ।

ଯେଉଁଥିପାଇଁ ୨ ମାସ ପାଇଁ ସାଧାରଣ ସଜା କାଟିବାକୁ ପଡ଼ିବ ଏବଂ ଅନ୍ୟ ଦୁଇ ଜଣଙ୍କୁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ଏହା ସହିତ ସମସ୍ତ ଉଲଂଘନକାରୀଙ୍କ ଉପରେ ଦୁଇ ହଜାର ଟଙ୍କାର ଜୋରିମାନା ହୋଇଥିଲା । ହାଇକୋର୍ଟ ତାଙ୍କ ନିଷ୍ପତିକୁ କାଏମ ରଖି ବିଚାରପତି ଜେବି ପରଦୀୱାଲା, ମନୋଜ ମିଶ୍ରଙ୍କ ପୀଠ କହିଥିଲେ କି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପବିତ୍ର ଅଇନ୍ ଦ୍ୱାରା ଚାଳିତ ସାମାଜରେ ସମସ୍ତଙ୍କ ପାଇଁ ସମାନ ଅଟେ । ଅନ୍ୟଥା ଗଣତନ୍ତ୍ରର ଅଣ୍ଟା ବାଙ୍ଗିଯିବ ଏବଂ ସମାଜରେ ଅରାଜକତା ସୃଷ୍ଟି ହେବ ।