fbpx
BSKY
BJD MC SKY
BJD MS SKY

ଚାଳକଙ୍କୁ ଝଟକା: ପୁଣି ବଢ଼ିଲା ତେଲ ଦର, ପେଟ୍ରୋଲ ୩୫ ତ ଡିଜେଲ ୧୫

ନୂଆଦିଲ୍ଲୀ: ୨ ଦିନର ବ୍ରେକ୍ ପରେ ପୁଣି ମହଙ୍ଗା ହୋଇଛି ତୈଳ ଦର । ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ାଇଥିବା ବେଳେ ଡିଜେଲ ଲିଟର ପିଛା ୧୫ ପଇସା ବଢ଼ାଇଛନ୍ତି । ଦର ବଢ଼ିବା ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୫୪ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୭.୫୪ ଓ ଡିଜେଲ ୯୭.୪୫ ଟଙ୍କାରେ ପହଞ୍ଚିଛି । କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୧.୭୪ ଟଙ୍କା ଓ ଡିଜେଲ ୯୩.୦୨ ଟଙ୍କା ହୋଇଛି । ଏହା ସହ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୯୭.୧୯ ଓ ୯୩.୬୩ ଟଙ୍କା ପ୍ରତି ଲିଟର ରହିଛି ।

Get real time updates directly on you device, subscribe now.