ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ହେବ ଶସ୍ତା, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

ଗାଡି଼ ଚାଳକଙ୍କ ପାଇଁ ଖୁସି ଖବର, ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ

ନୂଆଦିଲ୍ଲୀ: ବହୁ ସମୟ ଧରି ସାଧାରଣ ଲୋକେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ମୂଲ୍ୟ ହ୍ରାସ ପାଇଁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ ଲୋକଙ୍କ ପାଇଁ ଭଲ ଖବର।

ଆଗାମୀ ସମୟରେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ଦର କମ ହୋଇପାରେ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ,

ଆମେରିକା ସମେତ ବିଶ୍ୱ ବଜାରରେ ତୈଳର ପ୍ରଡକ୍ସନ ବଢିବାର ପ୍ରସ୍ତୁତି କାରଣରୁ ଇନ୍ଧନର ମୂଲ୍ୟରେ ହ୍ରାସ ପାଇବାର ସମ୍ଭାବନା ରହିଛି। ଏଥିରେ ମହଙ୍ଗା ନିୟନ୍ତ୍ରଣ ହୋଇପାରେ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, ଆମେରିକାରେ ଟ୍ରମ୍ପ କହିଛନ୍ତି ଯେ, ସେ ଅନ୍ତର୍ଜାତୀୟ ତୈଳ ମୂଲ୍ୟକୁ କମ କରିବାକୁ ଚାହୁଁଛନ୍ତି।

ଏଥିପାଇଁ କମିବ ମୂଲ୍ୟ: ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଏଥିପାଇଁ ମୋତେ ଲାଗୁଛି ଯେ, ବଜାରରେ ଅଧିକ ତୈଳ ଏବଂ ଗ୍ୟାସ ଆସିବ ଏବଂ ଆଶା ରହିଛି ଯେ, ଏଥିରେ ମୂଲ୍ୟ କମିବ।

ଯେତେବେଳେ ଶକ୍ତି କମ ମୂଲ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହୋଇଥାଏ, ଏଥିରେ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ ମିଳିଥାଏ। ସେ ସ୍ପଷ୍ଟ କରିଛନ୍ତି ଯେ, ଭାରତର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି, ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରିବା ପାଇଁ କମ ମୂଲ୍ୟରେ ପର୍ଯ୍ୟାପ୍ତ ତୈଳ କିଣିବା।