fbpx

ମଉଳିଲା ଆଶା: ଜିଏସଟି ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ୍, ଜିଏସଟି ପରିଷଦର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ଵରେ ଜିଏସଟି ପରିଷଦର ୪୫ତମ ବୈଠକ ସଂପନ୍ନ ହୋଇଛି। ଆଶା କରାଯାଉଥିଲା ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ପରିସରଭୁକ୍ତ କରାଯିବ। ହେଲେ ପେଟ୍ରୋଲ ଓ ଜିଏସଟିକୁ ବର୍ତ୍ତମା ଜିଏସଟିରେ ସାମିଲ୍ କରାଯିବାର ସମୟ ହୋଇନଥିବା ପରିଷଦ କହିଛନ୍ତି। ଅଧିକାଂଶ ରାଜ୍ୟ ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ ନକରିବା ବିଚାର ଉପରେ ସହମତ ପ୍ରକାଶ କରିଛନ୍ତି। ଅର୍ଥାତ ନିକଟ ଭବିଷ୍ୟତରେ ଜନତାଙ୍କୁ ବର୍ଦ୍ଧିତ ତୈଳ ଦରରୁ କୌଣସି ଆଶ୍ଵସ୍ତି ମିଳିବାର ନାହିଁ।
ଜିଏସ୍ଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟଗୁଡିକ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବାୟୋ ଡିଜେଲ ଦର ହ୍ରାସ ପାଇଛି । ଏହା ପୂର୍ବରୁ ବାୟୋ ଡିଜେଲ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିବା ବେଳେ ଏଣିକି ୫ ପ୍ରତିଶତ ଜିଏସ୍ଟି ଲାଗୁ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେହି ପରି ଲୁହା, କପର ଏବଂ ମାଙ୍ଗାନିଜ୍ ଉପରେ ଜିଏସ୍ଟି ବୃଦ୍ଧିପାଇଛି । ଏହି ସବୁ ଦ୍ରବ୍ୟ ଉପରେ ଜିଏସ୍ଟି ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରୀ କହିଛନ୍ତି, କରୋନା ଜଡିତ ଔଷଧ ଉପରେ ଜିଏସଟି ଛାଡ ଜାରି ରହିବ। ଏହି ଛାଡ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଜୀବନ ରକ୍ଷକ ଔଷଧ ଉପରେ ମଧ୍ୟ ଜିଏସଟି ଛାଡ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ପେଟ୍ରୋଲ ଓ ଡିଜେଲ୍ର ଦର ସଂପ୍ରତି ରେକର୍ଡ ସ୍ତରରେ ରହିଛି। ଏହା ସାଧାରଣ ଜନତାଙ୍କ ଘର ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଏହି କାରଣରୁ ଆଜିର ବୈଠକରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରାଯିବା ଉପରେ ବିଚାର ହୋଇପାରେ ବୋଲି ଆଶା କରାଯାଉଥିଲା। ଏହା ପୂର୍ବରୁ ରାଜ୍ୟଗୁଡିକ ମଧ୍ୟରୁ ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟିରେ ସାମିଲ୍ କରାଯିବା ପ୍ରସ୍ତାବକୁ କେରଳ, ମହାରାଷ୍ଟ୍ର ବିରୋଧ କରଥିଲେ।

Get real time updates directly on you device, subscribe now.