fbpx

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ?

Advertisement

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ-ଡିଜେଲ ଦର ଲାଗତାର ବଢ଼ାଇବାରେ ଲାଗିଛନ୍ତି । ସପ୍ତାହର ଆରମ୍ଭରୁ ସୋମବାର ଦିନ ମଧ୍ୟ ତେଲଦର ବୃଦ୍ଧି ପାଇଛି । ମହାନଗର ସମେତ ଦେଶର ସମସ୍ତ ସହରରେ ତେଲ ଦର ବଢ଼ିଥିବା ଦେଖିବାକୁ ମିଳିଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ-ଡିଜେଲ ଦରରେ ଲିଟର ପିଛା ୪୦ ପଇସା ବୃଦ୍ଧି ହୋଇଛି ।

ଦିଲ୍ଲୀରେ ଏବେ ଲିଟର ପିଛା ପେଟ୍ରୋଏ ଦର ୧୦୩.୮୧ ଟଙ୍କା ଥିବା ବେଳେ ଡିଜେଲ ୯୫ ଟଙ୍କାରେ ପହଞ୍ଚିଛି । ଏହା ସହ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୯ ଟଙ୍କା ଓ ଡିଜେଲ ୧୦୩ ଟଙ୍କା ମହଙ୍ଗା ହୋଇଛି । ସେହିପରି ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୧ ଟଙ୍କା ହୋଇଛି । କୋଲାକାତାରେ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୮.୨୨ ଟଙ୍କ ହୋଇଛି । ପାଟନାରେ ଲିଟର ପିଛା ୧୧୪.୫୭ ଟଙ୍କା ଡିଜେଲ ୯୯.୪୭ ଟଙ୍କା ଲିଟର ପିଛା ମହଙ୍ଗା ହୋଇଛି । ଏହି ବର୍ଦ୍ଧିତ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି ।

Get real time updates directly on you device, subscribe now.