fbpx

ଓଡ଼ିଶାବାସୀଙ୍କ ଉପରେ ଦାଉ ସାଧିଲା ତୈଳ ଦରବୃଦ୍ଧି: ରାଜ୍ୟର ଏହି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟପିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ତୈଳ ଦରଦାମ୍ ବୃଦ୍ଧି ଏହି ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦାମ୍ ୧୦୦ ଟପିଯାଇଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିବା ଜଣାପଡ଼ିଛି ।

ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା । କାଲିମେଳାରେ ପେଟ୍ରୋଲ ଲିଟର ୧୦୦.୭୨ ଟଙ୍କା ଓ ଡିଜେଲ ୯୮.୨୯ ଟଙ୍କା ରହିଥିଲା । ମାତ୍ର ମାଲକାନଗିରି ସହରରେ ପେଟ୍ରୋଲ ଲିଟର ୯୯.୭୩ ଟଙ୍କା ଓ ଡିଜେଲ ୯୭.୪୦ ପଇସା ରହିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୯୪.୭୨ ଟଙ୍କା ଓ ଡିଜେଲ ୯୨.୫୫ ଟଙ୍କାରେ ବିକ୍ରି ହେଉଛି । ଗତ ଦୁଇମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୩.୪୫ ଟଙ୍କା ଓ ଡିଜେଲ ୪.୪୩ ଟଙ୍କା ବୃଦ୍ଧି ପାଇଥିବା କୁହାଯାଇଛି ।

Get real time updates directly on you device, subscribe now.