ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ପାଇଛି । ଦେଶର ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ତାଜା ରେଟ୍ ଜାରି କରିଛନ୍ତି । ଶୁକ୍ରବାର ସକାଳ ୬ଟା ପାଖାପାଖି WTI କ୍ରୁଡ୍ ୭୧.୬୧ ଡଲାର ପ୍ରତି ବ୍ୟାରେଲ ବିକ୍ରି ହୋଇଥିଲା । ସେହିପରି ବ୍ରେଣ୍ଟ କ୍ରୁଡରେ ୨ ଡଲାର ବୃଦ୍ଧି ହୋଇ ବ୍ୟାରେଲ ପିଛା ୭୬.୬୧ ଡଲାରରେ ସ୍ଥିର ରହିଛି ।
ଭାରତରେ ଇନ୍ଧନ ଦର ପ୍ରତିଦିନ ସକାଳ ୬ଟାରେ ସଂଶୋଧିତ ହୋଇଥାଏ । ଜୁନ୍ ୨୦୧୭ ପୂର୍ବରୁ ପ୍ରତି ୧୫ ଦିନରେ ଇନ୍ଧନ ଦରରେ ସଂଶୋଧନ ହେଉଥିଲା । ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ବିହାରରେ ପେଟ୍ରୋଲ ୪୬ ପଇସା ଏବଂ ଡିଜେଲ ୪୩ ପଇସା ମହଙ୍ଗା ହୋଇଛି । ପଶ୍ଚିମବଙ୍ଗରେ ପେଟ୍ରୋଲ ୪୪ ପଇସା ଏବଂ ଡିଜେଲ ୪୧ ପଇସା ବୃଦ୍ଧି ହୋଇଛି । ସେହିପରି ଗୁଜରାଟ, ଗୋଆ, ହରିୟାଣା ଏବଂ ପଞ୍ଜାବରେ ପେଟ୍ରୋଲ- ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ମହାରାଷ୍ଟ୍ରରେ ପେଟ୍ରୋଲ ୬୧ ପଇସା ଏବଂ ଡିଜେଲ ୫୮ ପଇସା ଶସ୍ତା ହୋଇଛି । ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ୫୫ ଓ ୫୧ ପଇସା ଶସ୍ତା ହୋଇଛି । ସେହିପରି ଉତ୍ତରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି ।
ଜାଣନ୍ତୁ କେଉଁଠି କେତେ ରହିଛି ପେଟ୍ରୋଲ ଏବଂ ଡିଜେଲ ରେଟ୍(ପ୍ରତି ଲିଟର: ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୯୦.୦୮ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ୯୪.୨୭ ଟଙ୍କା, କୋଲକାତାରେ ପେଟ୍ରୋଲ ୧୦୬.୮୦ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ରହିଛି ।