fbpx

ବଡ଼ ଘୋଷଣା: ସେପ୍ଟେମ୍ବର ୧୫ରେ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ: ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ପେଟ୍ରୋଲ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ତେଣୁ ପେଟ୍ରୋଲ ଦରବୃଦ୍ଧିରେ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେପ୍ଟେମ୍ବର ୧୫ ତାରିଖରେ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ପେଟ୍ରୋଲ ଓ ଡିଜେଲ ବିକ୍ରି ବନ୍ଦ ନେଇ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଖବର ମୁତାବକ, ରାଜସ୍ଥାନରୁ ଆସିଛି ଏଭଳି ଏକ ବଡ଼ ଖବର । ପେଟ୍ରୋଲିୟମ ଟ୍ରେଡର୍ସ ଆସୋସିଏସନ ନିଜର ଦୁଇଦିନିଆ ହରତାଳ ପରେ ଏହି ବଡ଼ ନିଷ୍ପତ୍ତି ନେଇଛି । ନିଜର ଦାବିକୁ ନେଇ ସେପ୍ଟେମ୍ବର ୧୫ ତାରିଖଠାରୁ ପେଟ୍ରୋଲ ପମ୍ପ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ରାଜ୍ୟରେ ପେଟ୍ରୋଲ-ଡିଜେଲ ଉପରେ ପଞ୍ଜାବ ପରି ଭ୍ୟାଟ ଲାଗୁ କରିବାକୁ ଦାବି କରାଯାଇଛି । ସେଥିପାଇଁ ରାଜ୍ୟସ୍ତରରେ ପାଖାପାଖି ସମସ୍ତ ପେଟ୍ରୋଲ ପମ୍ପ ଓ ଡିପୋ ବନ୍ଦ ରଖିବାକୁ ରାଜସ୍ଥାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ (ଆରପିଡିଏ) ନିଷ୍ପତ୍ତି ନେଇଛି ।

ତେବେ ଆରପିଡିଏର ଏହି ନିଷ୍ପତ୍ତି ଫଳରେ ଜନସାଧାରଣ ବହୁତ ଅସୁବିଧାର ସାମ୍ନା କରିବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଏହି ନିଷତ୍ତିକୁ ନେଇ ଆରପିଡିଏ ଦୁଃଖ ପ୍ରକାଶ କରିବା ସହିତ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ଲଢ଼େଇ ସାଧାରଣ ଜନତାଙ୍କର । ରାଜ୍ୟରେ ପେଟ୍ରୋଲ ଉପରେ ଭ୍ୟାଟ ଅଧିକ ହେବା କାରଣରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଧିକ ରହୁଥିବା କୁହଯାଇଛି ।

Get real time updates directly on you device, subscribe now.