fbpx

(Video) ଗ୍ୟାସ ସିଲିଣ୍ଡରରେ ଲିକ୍ ହେଲେ କ’ଣ କରିବେ: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆଜିର ସମୟରେ ଦେଶର କୋଟି କୋଟି ଲୋକ ଗ୍ୟାସ ସିଲିଣ୍ଡରରେ ରୋଷେଇ କରୁଛନ୍ତି । ଗ୍ୟାସ ସିଲିଣ୍ଡର ଘରେ ଘରେ ପହଞ୍ଚିବା ଫଳରେ ମହିଳାଙ୍କର ଜୀବନ ଅତ୍ୟନ୍ତ ସହଜ ହୋଇଯାଇଛି କହିଲେ ଚଳେ । କାରଣ ବହୁବର୍ଷ ପୂର୍ବରୁ ମହିଳାମାନେ କାଠ ଚୁଲା, ଷ୍ଟୋଭରେ ବଡ଼ କଷ୍ଟରେ ରୋଷେଇ କରୁଥିଲେ । ତେବେ ସିଲିଣ୍ଡର ବ୍ୟବହାର କରିବା ଯେତିକି ସହଜ ଏଥିରେ ସାମାନ୍ୟ ଲାପରବାହୀ ହେଲେ ତାହା ବଡ଼ ବିପଦର କାରଣ ସାଜିଥାଏ । ପ୍ରତିବର୍ଷ ଗ୍ୟାସ ସିଲିଣ୍ଡର କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ଅନେକଙ୍କର ପ୍ରାଣହାନୀ ମଧ୍ୟ ହେଉଛି ।

ତେଣୁ ଗ୍ୟାସ ସିଲିଣ୍ଡରକୁ କିପରି ବ୍ୟବହାର କରିବେ ସେନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସୂଚନା ଜାରି କରାଯାଇଛି । କେନ୍ଦ୍ର ପେଟ୍ରୋଲିମୟ ଓ ପ୍ରାକୃତିକ ଗ୍ୟାସ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏ ବାବଦରେ ଏକ ଭିଡିଓ ପୋଷ୍ଟ ଶେୟାର କରାଯାଇଛି । ଗ୍ୟାସ ଲିକେଜ୍ ହେଲେ ସେହି ପରିସ୍ଥିତିରେ କ’ଣ କରିବା ଉଚିତ ସେ ବାବଦରେ କୁହାଯାଇଛି । ଏଥିସହିତ ଲୋକଙ୍କ ସହାୟତା ପାଇଁ ଜରୁରୀକାଳୀନ ସହାୟତା ନମ୍ବର ବିଷୟରେ ମଧ୍ୟ କୁହାଯାଇଛି । ଆପଣମାନେ ୧୯୦୬ ଜରୁରୀକାଳୀନ ନମ୍ବରରେ ମଧ୍ୟ କଲ୍ କରିପାରିବେ ।

ମନ୍ତ୍ରଣାଳୟ ମୁତାବକ, ଯଦି ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର ଲିକେଟ ହେଉଛି, ତେବେ ଆପଣମାନେ ଏଭଳି ସ୍ଥିତିରେ ପ୍ରଥମେ ନିଜକୁ ଶାନ୍ତ ରଖନ୍ତୁ । ତା’ପରେ ଏଲପିଜି ଗ୍ୟାସ ସିଲିଣ୍ଡରର ରେଗୁଲେଟରକୁ ବନ୍ଦ କରି ଦିଅନ୍ତୁ । ଗ୍ୟାସ ସିଲିଣ୍ଡର ବନ୍ଦ କରିବା ପରେ ଗ୍ୟାସ ଲିକକୁ ରୋକାଯାଇ ପାରିଥାଏ । ଏଥିସହିତ କୌଣସି ବି ସ୍ୱିଚ ଓ ଷ୍ଟୋଭ ଆଦି ଜଳାଇବାରୁ ନିବୃତ୍ତ ରୁହନ୍ତୁ । ଏମର୍ଜେନ୍ସି ନମ୍ବରରେ ଆପଣ କଲ କରିବାର ୨-୪ ଘଣ୍ଟା ଭିତରେ ଆପଣଙ୍କୁ ଗ୍ୟାସ ପ୍ରଦାନ କରିଥିବା କମ୍ପାନୀ ତରଫରୁ କୌଣସି ପ୍ରତିନିଧି ଆସି ଆପଣଙ୍କର ସମସ୍ୟାର ସମାଧାନ କରିବେ ।

Get real time updates directly on you device, subscribe now.