fbpx
BSKY SKY
BSKY SKY

PFRDAର ନୂଆ ସୁବିଧା: ଆସନ୍ତା ମାସରୁ NPS ଆକାଉଣ୍ଟ ଖୋଲିଲେ ମିଳିବ ୧୦ ହଜାର ଟଙ୍କା କମିଶନ!

BSKY

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସିଷ୍ଟମ(NPS) ପାଇଁ ଆକାଉଣ୍ଟ ଖୋଲିବା ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ NPS ପାଇଁ ଖାତା ଖୋଲିବାର ସୁବିଧା ପ୍ରଦାନ କରୁଥିବା ପିଓପିକୁ ସେପ୍ଟେମ୍ବରରୁ କମିଶନ ମିଳିବ ।୧ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ପିଓପିକୁ ସର୍ବନିମ୍ନ ୧୫ ଟଙ୍କା ଏବଂ ସର୍ବାଧିକ ୧୦ ହଜାର ଟଙ୍କା ମିଳିପାରେ । ଏହି କମିଶନ ପିଓପିକୁ ସେତେବେଳେ ମିଳିବ, ଯେବେ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କାକୁ ‘ଅଲ୍ ସିଟିଜେନ୍ ମଡେଲ୍’ ଅନ୍ତର୍ଗତ ସଂପୃକ୍ତ ସଂସ୍ଥାକୁ ସିଧାସଳଖ ଟଙ୍କା ପଠାଇବାକୁ ବିକଳ୍ପ ବାଛିବେ ।

ଏହାଦ୍ୱାରା ଏନପିଏସ ଆକାଉଣ୍ଟ ଖୋଲିବାର ପଏଣ୍ଟ ଅଫ୍ ପ୍ରେଜେନ୍ସ (PoP) ସୁବିଧାକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁମାନେ ଚାର୍ଜ ମାମଲାରେ କ୍ଷତି ସହୁଛନ୍ତି । ପିଓପିରେ ବ୍ୟାଙ୍କ, ଏନବିଏଫସି ଏବଂ ଅନ୍ୟାନ୍ୟ ସଂସ୍ଥା ସାମିଲ ରହିଛି । ସେମାନେ ଏନପିଏସ ଅଧୀନରେ ପଞ୍ଜୀକରଣ ସହିତ ଗ୍ରାହକମାନଙ୍କୁ ସମ୍ବନ୍ଧୀୟ ସେବା ପ୍ରଦାନ କରନ୍ତି । ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଏହି ପଦକ୍ଷେପ ଯୋଗୁଁ ପିଓପିକୁ ଉତ୍ସାହ ମିଳିବ, କାରଣ ସେମାନେ ଏକ ଏନପିଏସ ଖାତା ଖୋଲିବାକୁ ଚେଷ୍ଟା କରୁଛନ୍ତି ।

PFRDA ଦ୍ୱାରା ଜାରି ସୂଚନା ଅନୁସାରେ, ଏନପିଏସର ବିସ୍ତାର ଉଦ୍ୟମକୁ ସମର୍ଥନ କରିବା ପାଇଁ ୧ ସେପ୍ଟେମ୍ବର ୨୦୨୨ ରୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କମିଶନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପେନ୍ସନ୍ ନିୟାମକ କହିଛନ୍ତି ଯେ, ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଏନପିଏସରେ ଅବଦାନ ପାଇଁ ସଂପୃକ୍ତ ଏଜେନ୍ସିକୁ ଟଙ୍କା ସ୍ଥାନାନ୍ତର ଇ-ଏନପିଏସ ଭଳି ହେବ । ଏହା ଉପରେ କମିଶନ ସଂପୃକ୍ତ ପିଓପିକୁୁ ଦିଆଯିବ । ସିଧାସଳଖ ସ୍ଥାନାନ୍ତର ଉପରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପିଓପିକୁ ଦିଆଯିବାକୁ ଥିବା ଆୟ ଅବଦାନ ରାଶିର ୦.୨୦ ପ୍ରତିଶତ ହେବ ।

Get real time updates directly on you device, subscribe now.