fbpx

ପିଜିଟି କେମିଷ୍ଟ୍ରି ଓ ପିଜିଟି ଫିଜିକ୍ସ ପଦ ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଭେରିଫିକେସନ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି କେମ୍ରିଷ୍ଟ୍ରି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟରେ ଆସନ୍ତା ଏପ୍ରିଲ ମାସ ୧୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ନିଆଯିବ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି ।

ସେହିପରି ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଫିଜିକ୍ସ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟରେ ଆସନ୍ତା ଏପ୍ରିଲ ମାସ ୯ ଓ ୧୦ ତାରିଖ ଦିନ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ନିଆଯିବ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି ।

Get real time updates directly on you device, subscribe now.