fbpx

ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର ହାର୍ଟ ଆଟାକରେ ମୃତ୍ୟୁ

ନୂଆଦିଲ୍ଲୀ: ରାଜନେତାରୁ ଗାଙ୍ଗଷ୍ଟର ପାଲଟିଥିବା ଉତ୍ତରପ୍ରଦେଶର ମାଫିଆ ଡନ୍ ମୁଖତାର ଅନସାରୀଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଛି । ଜେଲରେ ବନ୍ଦ ଅବସ୍ଥାରେ ରହିଥିବା ବେଳେ ଆଜି ତା’ର ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଥିଲା । ତେଣୁ ତାକୁ ଜେଲରୁ ଆଣି ମେଡିକାଲରେ ଭର୍ତ୍ତି କରଯାଇଥିଲା । ତେବେ ସେଠାରେ ତା’ର ଅବସ୍ଥା ଗମ୍ଭୀର ହେବା ସହିତ ଶେଷରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛ । ଏହା ପୂର୍ବରୁ ଗତ ୨୬ ତାରିଖ ଦିନ ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ଜେଲରେ ତାକୁ ଖାଦ୍ୟରେ ସ୍ଲୋ ପଏଜନ ଦିଆଯାଇଥିବା ନେଇ ଅନସାରୀ ଅଭିଯୋଗ କରିଥିଲା । ଏନେଇ ଏମପି-ଏମଏଲଲ କୋର୍ଟ ଜିଲ୍ଲା ପ୍ରଶାସନ ରିପୋର୍ଟ ମାଗିଥିଲେ । ମୃତ୍ୟୁ ବେଳକୁ ଅନସାରୀକୁ ୬୦ ବର୍ଷ ବୟସ ହୋଇଥିଲା ।

ଗତ ମଙ୍ଗଳବାର ଦିନ ବେହୋସ ହୋଇ ଅନସାରୀ ତଳେ ପଡ଼ିଯାଇଥିଲା । ତା’ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତା’ର ଷ୍ଟୁଲ ସିଷ୍ଟମରେ କିଛି ସମସ୍ୟା ରହିଥିଲା । ୧୪ ଘଣ୍ଟା ପାଇଁ ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା । ତେବେ ସେ କୋର୍ଟରେ ପ୍ରାର୍ଥନା ପତ୍ର ଦେଇ ଜେଲରେ ତାକୁ ବିଷ ଦିଆଯାଇଥିବା ନେଇ ଅଭିଯୋଗ କରିଥିଲା । ଆଜି ବାନ୍ଦା ଜେଲରେ ଥିବା ସମୟରେ ହାର୍ଟ ଆଟାକ ଆସିବାରୁ ତାକୁ ଦୁର୍ଗାବତୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ ଯେ, ଅନସାରୀ ଉତ୍ତରପ୍ରଦେଶର ଜଣେ କୁଖ୍ୟାତ ଡନ୍ ଭାବେ ବେଶ୍ ଜଣାଶୁଣା ଥିଲା । ସେ ରାଜ୍ୟ ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଥିଲା । ସେ ବହୁଜନ ସମାଜ ପାର୍ଟି ଟିକେଟରେ ଦୁଇଥର ନିର୍ବାଚିତ ହୋଇଥିଲା । ସେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀଙ୍କ ସମ୍ପର୍କୀୟ ଅଟେ । ଅନେକ ଅପରାଧରେ ଅନସାରୀ ଅଭିଯୁକ୍ତ ରହିଥିଲା ।

Get real time updates directly on you device, subscribe now.