fbpx

ତ୍ଵଚାକୁ ଗ୍ଲୋ କରିବା ସହ ଶରୀରର ଅନେକ ରୋଗ ଦୂର କରିଥାଏ ‘ପୋଖରୀ ଦଳ’

ଓଡ଼ିଶା ଭାସ୍କର: ଶରୀର ପାଇଁ ଅନେକ ଲାଭ ଦାୟକ ହୋଇ ଥାଏ ଏହି ପୋଖରୀ ଦଳ । ଜାଣନ୍ତୁ ପୋଖରୀ ଦଳରେ କେଉଁ କେଉଁ ଭିଟାମିନ ଓ ମିନେରାଲ ଥାଏ । ଏହା ସହିତ ଅନେକ ପୋଷକ ତତ୍ୱ ମଧ୍ୟ ରହିଥାଏ । ମୁଖ୍ୟତଃ ଏହା ପେଟ ଜନିତ ସମସ୍ତ ସମସ୍ୟା ଦୂର କରିଥାଏ । ହଜମ ପ୍ରକ୍ରିୟାକୁ ଠିକ୍ କରିବା ସହ କୋଷ୍ଟକାଠିନ୍ୟ ଭଳି ସମସ୍ୟାକୁ ଭଲ କରି ଦେଇ ଥାଏ । ସବୁଠୁ ବଡ କଥା ହେଉଛି ଏହା ଗ୍ୟାସ ଜନିତ ଅସୁବିଧାକୁ ବି ଭଲ କରି ଦେଇ ଥାଏ । ପୋଖରୀ ଦଳରେ ପ୍ରଚୁର ପରିମାଣରେ ଭିଟାମିନ-ଏ ଏବଂ ଆଣ୍ଟିଅକ୍ସିଜେଣ୍ଟ୍ ଭରି ରହି ଥାଏ ।

ଚେହେରା ପାଇଁ ଏହା ବହୁତ ଉପକାରୀ ହୋଇଥାଏ । ପୋଖରୀ ଦଳର ପତ୍ରକୁ ବାଟି ଏହାର ପେଷ୍ଟ୍ ବନାଇ ନିଅନ୍ତୁ ଏବଂ ମୁହଁରେ ନୀୟମିତ ଭାବେ ଲଗାନ୍ତୁ ଦେଖିବେ, ଚେହେରାରେ ଥିବା ସମସ୍ତ ଦାଗ ଧିରେଧିରେ ଦୂରେଇ ଯିବ । ଏହା ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ ପ୍ରେସର ଭଳି ମସସ୍ୟାକୁ ବି ଦୂର କରିଦିଏ । ଏଥିରେ ଥିବା କ୍ୟାଲ୍‌ସିୟମ୍‌, ପୋଟାସିୟମ୍ ଅପଣଙ୍କ ହାଡକୁ ଅଧିକ ଶକ୍ତ କରାଏ, ଯାହା ଆପଣଙ୍କ ମେରୁଦଣ୍ଡ ଜନିତ ସମସ୍ୟାକୁ ଦୁରେଇ ଦିଏ । ଥାଇରଡ ରୋଗୀଙ୍କ ପାଇଁ ଏହା ରାମବାଣ ହୋଇଥାଏ, ଯାହା ତାଙ୍କୁ ଅନେକ ଫାଇଦା ଦେଇଥାଏ । ଏଥିରେ ପାଣିର ମାତ୍ରା ବୋହୁତ ଅଧିକ ଥାଏ ।

Get real time updates directly on you device, subscribe now.