fbpx

ବିଜେପିରୁ ବିଦାୟ ନେଲେ ପ୍ରକାଶ ବେହେରା: ମନମୋହନଙ୍କୁ ଦେଲେ ଇସ୍ତଫା

କଟକ: ନିର୍ବାଚନ ପୂର୍ବରୁ ବର୍ତ୍ତମାନ ରାଜନୀତିରେ ନେତାଙ୍କ ଦଳ ପରିବର୍ତ୍ତନ ଜାରି ରହିଛି । ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବିଜେପି ନେତା ପ୍ରକାଶ ବେହେରା । ଭାରତୀୟ ଜନତା ପାର୍ଟିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପାର୍ଟିରୁ ବିଦାୟ ନେଇଛନ୍ତି । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଇସ୍ତଫା ପରେ ସେ କେଉଁ ଦଳରେ ସାମିଲ ହେବେ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

Get real time updates directly on you device, subscribe now.