fbpx

ଯୀଶୁଙ୍କ ମହାପ୍ରଣାୟ ଦିବସକୁ କାହିଁକି କୁହାଯାଏ ‘ଗୁଡ୍ ଫ୍ରାଇଡ଼େ’

ଓଡ଼ିଶା ଭାସ୍କର: ଆଜି ଗୁଡ୍ ଫ୍ରାଇଡ଼େ ବା ଶୁଭ ଶୁକ୍ରବାର । ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦିନ । ମାନ୍ୟତା ଅନୁଯାୟୀ ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ସମାଜ କଲ୍ୟାଣ ପାଇଁ ହସି ହସି ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ଯୀଶୁ ଖ୍ରୀଷ୍ଟ । ତାଙ୍କ ସାହସ ଓ ବଳିଦାନକୁ ସମସ୍ତେ ମନେ ପକାଇ ଏହି ଦିନକୁ ଯୀଶୁଙ୍କ ମହାପ୍ରଣାୟ ଦିବସ ଭାବେ ପାଳନ କରିଆସୁଛନ୍ତି ।

ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ‘ଗୁଡ୍ ଫ୍ରାଇଡ଼େ’କୁ ଶୋକ ଦିବସ ବା ବଳିଦାନ ଦିବସ ଭାବରେ ପାଳନ କରିଥାନ୍ତି । ଏହି ଦିନ ଖ୍ରୀଷ୍ଟ ଧର୍ମାବଲମ୍ବିମାନେ କଳା ପୋଷାକ ପିନ୍ଧି ଚର୍ଚ୍ଚକୁ ଆସିଥାନ୍ତି । ଏହି ଦିନ ଚର୍ଚ୍ଚରେ ଘଣ୍ଟି ବଜାଯାଏ ନାହିଁ ଏବଂ କେହି ମହମବତୀ ଜଳାଇନଥାନ୍ତି । ଏହି ଦିନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା ହୋଇଥାଏ । ‘ଗୁଡ୍ ଫ୍ରାଇଡ଼େ’ର ଇତିହାସ ପ୍ରାୟ ୨୦୦୫ ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ଯୀଶୁ ଯେରୁସାଲେମରେ ରହି ମାନବିକତାର କଲ୍ୟାଣ ପାଇଁ ଭାଇଚାରା, ଏକତା ଏବଂ ଶାନ୍ତିର ଉପଦେଶ ଦେଉଥିଲେ । ଲୋକମାନେ ତାଙ୍କୁ ପରମାତ୍ମାଙ୍କ ଦୂତ ଏବଂ ତାଙ୍କ ଭାବିବା ଆରମ୍ଭ କରିଦେଇଥିଲେ । ସାଧାରଣ ଲୋକମାନେ ଯୀଶୁଙ୍କ କଥାବାର୍ତ୍ତା ଶୁଣି ବେଶ ପ୍ରଭାବିତ ହୋଇଥିଲେ । ଏହା ତତ୍କାଳୀନ ଯିହୁଦୀ ଶାସକମାନଙ୍କୁ ଅସନ୍ତୁଷ୍ଟ କରିଥିଲା । ସେମାନେ ଯୀଶୁଙ୍କ ଉପରେ ଦେଶଦ୍ରୋହୀର ଅଭିଯୋଗ କରି କ୍ରୁଶ ବିଦ୍ଧ କରିଥିଲେ । କ୍ରୁଶ ବିଦ୍ଧ କରିବା ପୂର୍ବରୁ ଯୀଶୁଙ୍କୁ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ । ଏହା ସତ୍ତ୍ୱେ ମୃତ୍ୟୁ ପୂର୍ବର୍ରୁ ଯୀଶୁଙ୍କ ମୁହଁରୁ ଶେଷ ବାର୍ତ୍ତା କ୍ଷମା ଏବଂ କଲ୍ୟାଣର ସନ୍ଦେଶ ଦେଇଥିଲା । ସେ କହିଥିଲେ, ‘ହେ ଇଶ୍ୱର ଏମାନଙ୍କୁ କ୍ଷମା କରନ୍ତୁ । ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ । ମୁଁ ମୋ ପ୍ରାଣକୁ ଆପଣଙ୍କ ହାତରେ ସମର୍ପଣ କରୁଛି ।’

ବାସ୍ତବରେ ମାନବ କଲ୍ୟାଣ ପାଇଁ ଯୀଶୁ କ୍ରୁଶବିଦ୍ଧ ହୋଇ ବଳିଦାନ ଦେଇଥିଲେ । ସେଥିପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବି ଏହି ଦିନକୁ ପବିତ୍ର ମାନିଥା’ନ୍ତି । ଗୁଡ୍ ଫ୍ରାଇଡ଼େ ର୍ପୂବରୁ ୪୦ ଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଉପବାସ ରଖିଥାନ୍ତି । ଏହି ଦିନ ସେମାନେ ଯୀଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି । ଗୁଡ୍ ଫ୍ରାଇଡ଼େର ୩ ଦିନ ପରେ ଯୀଶୁ ପୁଣି ଥରେ ଜୀବିତ ହୋଇଯାଇଥିଲେ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ୩ ଦିନ ପରେ ରବିବାରକୁ ଇଷ୍ଟର ସଣ୍ଡେ ଭାବରେ ପାଳନ କରାଯାଏ ।

Get real time updates directly on you device, subscribe now.