fbpx

ତାଣ୍ଡବ କରିବ HeatWave! ୪୦ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା, ସାରା ରାଜ୍ୟରେ ଉପରମୁହାଁ ତାତି

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ତାପମାତ୍ରା ପୁଣିଥରେ ଉପରମୁହାଁ ହୋଇଛି । ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆହୁରି ଭୟଙ୍କର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ୫ଟି ସହରରେ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚି ସାରିଲାଣି । ତେଣୁ ଆଗାମୀ ଦିନମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଇ ଦିଆଯାଇଛି । ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି । ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ପହଞ୍ଚି ସାରିଛି । ଅସହ୍ୟ ତାତି ଏବଂ ଖରାରେ ଛଟପଟ ହେଉଛନ୍ତି ଲୋକେ ।

ବର୍ତ୍ତମାନ ସୁଦ୍ଧା ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଦିନର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ୩୯.୫ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଟିଟିଲାଗଡ଼ରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାବ୍ୟତୀତ ନୟାଗଡ଼ରେ ୩୯.୨, ଭବାନୀପାଟଣାରେ ୩୯ ଡିଗ୍ରୀ ତାପମାତ୍ରା ରହିଛି । ତେବେ ଫୁଲବାଣୀର ତାପମାତ୍ରା ୩୮.୯ ଡିଗ୍ରୀ ରେକର୍ଡ ହୋଇଛି । ତାଳଚେର ଏବଂ ରାୟଗଡ଼ାର ତାପମାତ୍ରା ୩୮.୬ ଡିଗ୍ରୀ ରହିଥିବା ବେଳେ କଟକ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି । ଝାରସୁଗୁଡ଼ାରେ ୩୮.୩ ଡିଗ୍ରୀ, ମାଲକାନାଗିରି ଏବଂ ଚାନ୍ଦବାଲିରେ ୩୮.୨ ଏବଂ ଅନୁଗୁଳରେ ଏହି ତାପମାତ୍ରା ୩୮.୧ ଡିଗ୍ରୀରେ ପହଞ୍ଚି ସାରିଛି । ତେଣୁ ଆଗାମୀ ଦିନରେ ହତଟୱେଭ ପାଇଁ ସତର୍କ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.