fbpx

ଅକ୍ଟୋବର ୬ରେ ହେବାକୁ ଥିବା PGT ଫିଜିକ୍ସ, ଗଣିତ ଓ ଓଡ଼ିଆ ଲିଖିତ ପରୀକ୍ଷା ବାତିଲ: OPSC ପକ୍ଷରୁ ସୂଚନା ଜାରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଲିଖିତ ପରୀକ୍ଷା ବାତିଲ କରାଯାଇଛି । ପିଜିଟି ଫିଜିକ୍ସ, ଗଣିତ ଓ ଓଡ଼ିଆ ବିଷୟର ପେପର-୧ ଓ ପେପର-୨ ଏହି ତାରିଖରେ ହେବା ନେଇ ଶିଡ୍ୟୁଲ ହୋଇଥିଲା । ତେବେ କୌଣସି କାରଣରୁ ଉକ୍ତ ପରୀକ୍ଷା ଏବେ ଧାର୍ଯ୍ୟ ତାରିଖରେ ହେବ ନାହିଁ । ଏହି ପରୀକ୍ଷାକୁ ନେଇ ଆଗକୁ ପ୍ରାର୍ଥୀଙ୍କୁ ସୂଚିତ କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.