fbpx

UGCର ନୂଆ ନିୟମ: ବିଶ୍ୱବିଦ୍ୟାଳୟ ଓ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ Ph.D ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ନିକଟରେ ୟୁଜିସି ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ନିକଟରେ ହାଇଦ୍ରାବାଦର ଓସମାନିଆ ୟୁନିଭରସିଟି କ୍ୟାମ୍ପସରେ ୟୁଜିସି-ଏଚଆରଡିସି ବିଲଡିଂ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦିଶ କୁମାର ଏହାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଶ୍ରୀ କୁମାର କହିଥିଲେ, ବିଶ୍ୱବିଦ୍ୟାଳୟ ଓ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ପିଏଚ.ଡି ବାଧ୍ୟତାମୂଳକ ନୁହେଁ । ୟୁଜିସି ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ଏ କ୍ଷେତ୍ରରେ ଯଥେଷ୍ଟ ସାବ୍ୟସ୍ତ ହେବ । ୱାନ ନେସନ- ୱାନ ଡାଟା ପୋର୍ଟାଲ ବିକଶିତ କରାଯାଇଛି । ସେଥିପାଇଁ ମଧ୍ୟ ୟୁଜିସି ଗାଇଡଲାଇନ୍ସ ଓ ଅନ୍ୟ ବିବରଣୀ ରହିବ ।

ଏଥିସହିତ ପ୍ରଫେସର କୁମାର କହିଥିଲେ, ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଡିଜିଟାଲ ୟୁନିଭରସିଟି ଜରିଆରେ ଛାତ୍ରଛାତ୍ରୀମାନେ ସିଧାସଳଖ ଗୁଣବତ୍ତା ବିଶିଷ୍ଟ ଶିକ୍ଷା ପାଇ ପାରିବେ । ସେହିପରି ତେଲେଙ୍ଗାନା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଆର. ଲିମ୍ବାଦ୍ରି କହିଥିଲେ, ନୂଆ ବିଲଡିଂ ଶିକ୍ଷା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହା ଦେଶର ଶିକ୍ଷାଦାନ କ୍ଷେତ୍ରରେ ଭ୍ରାତୃଭାବ ସୃଷ୍ଟି କରିବା ଦିଗରେ ସହାୟକ ହେବ । ବିଶ୍ୱବିଦ୍ୟାଳୟର ୫୦ ପ୍ରତିଶତ ପ୍ରଶାସନିକ ପଦବୀ ମହିଳା ଫ୍ୟାକଲଟିଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.