ନୂଆଦିଲ୍ଲୀ: ପିଏଚଡି ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ପିଏଚଡି ରିସର୍ଚ୍ଚ ପେପରକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପିଏଚଡି ଥେସିସ ପୂର୍ବରୁ ରିସର୍ଚ୍ଚ ପେପର ପ୍ରକାଶ କରିବା ଏବେ ବାଧ୍ୟତାମୂଳକ ହେବ ନାହିଁ । ତେବେ ଯେଉଁମାନେ ପିଏଚଡି କରିବାକୁ ପ୍ଲାନିଂ କରୁଛନ୍ତି ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଏକ ଆଶ୍ୱସ୍ତିକର ଖବର । ଏ ବାବଦରେ ୟୁଜିସି ପକ୍ଷରୁ ଅଫିସିଆଲ ୱେବସାଇଟ୍ ugc.ac.inରେ ନୋଟିଫିକେସନ ଜାରି କରାଯାଇଛି ।
ନିୟମ ମୁତାବକ, ଏଣିକି ପିଏଚଡି ଥେସିସ୍ ସବମିଟ ପୂର୍ବରୁ ଜର୍ନାଲ୍ସରେ ରିସର୍ଚ୍ଚ ପେପର ପବ୍ଲିଶ କରିବା ବାଧ୍ୟତାମୂଳକ ହେବ ନାହିଁ । ପୂର୍ବରୁ ଏମଫିଲ ସ୍କଲାର୍ସଙ୍କ ପାଇଁ ସମ୍ମିଳନୀରେ ଅତିକମରେ ଗୋଟିଏ ରିସର୍ଚ୍ଚ ପେପର ପ୍ରସ୍ତୁତ କରିବା ଜରୁରୀ ଥିଲା । ସେହିପରି ପିଏଚଡି ସ୍କଲାର୍ସଙ୍କ ପାଇଁ ପିଏଚଡି ଥେସିସ ସବମିସନ ପୂର୍ବରୁ ଅତିକମରେ ସେମିନାରରେ ଦୁଇଟି ପ୍ରକାଶିତ ପେପର ଉପସ୍ଥାପନ କରିବା ଓ ଅତିକମରେ ଗୋଟିଏ ଜର୍ନାଲରେ ରିସର୍ଚ୍ଚ ପେପର ପ୍ରକାଶିତ କରିବା ବାଧ୍ୟତାମୂଳକ ଥିଲା ।
ଏନେଇ ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି, ବାଧ୍ୟତାମୂଳକକୁ ହଟାଇ ଦେବାର ଅର୍ଥ ପିଏଚଡି ସ୍କଲାର ପିର ରିଭ୍ୟୁଡ ଜର୍ଣ୍ଣାଲ୍ସରେ ରିସର୍ଚ୍ଚ ପେପର ପବ୍ଲିଶ କରିଦେବା ଛାଡ଼ିଦେବା ନୁହେଁ । ଯଦିଓ ପେପର ପ୍ରକାଶିତ କରିବା ବାଧ୍ୟତାମୂଳକ ନୁହେଁ, ତେବେ ଆମକୁ ଉଚ୍ଚ ଗୁଣବତ୍ତା ଯୁକ୍ତ ରିସର୍ଚ୍ଚ ଉପରେ ଫୋକସ କରିବା ଉଚିତ । ଏହାଦ୍ୱାରା ଭଲ ଜର୍ଣ୍ଣାଲ୍ସ ପ୍ରକାଶିତ ହୋଇପାରିବ । ଡକ୍ଟୋରାଲ ଡିଗ୍ରୀ ପରେ କ୍ୟାରିୟରରେ ଆଗକୁ ଯେ କୌଣସି ଚାକିରି ପାଇଁ ଆବେଦନ କରିବା କ୍ଷେତ୍ରରେ ଜର୍ଣ୍ଣାଲ୍ସରେ ପ୍ରକାଶିତ ହୋଇଥିବା ରିସର୍ଚ୍ଚ ପେପର ଆପଣଙ୍କର ଭାଲ୍ୟୁ ବଢ଼ାଇବ ।