fbpx

ଫିଲିପାଇନ୍ସରେ ସେନାଙ୍କ ବିମାନ ଦୁର୍ଘଟଣା, ୮୫ଜଣ ଲୋକ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ଫିଲିପାଇନ୍ସରେ ରବିବାର ଦିନ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଯାଇଛି । ଏଥିରେ ସେନାଙ୍କର ଏକ ବିମାନ କ୍ରସ୍ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ସେହି ସମୟରେ ୮୫ ଜଣ ଲୋକ ରହିଥିଲେ । ତେବେ ଏହି ଦୁର୍ଘଟଣା ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଫିଲିପାଇନ୍ସର ସେନା ମୁଖ୍ୟ ସିରିଲିଟୋ ସୋବେଜନା ସୂଚନା ଦେଇ କହିଛନ୍ତି ଯେ, ଏହି ଦୁର୍ଘଟଣା ଦକ୍ଷିଣ ଫିଲିପାଇନ୍ସରେ ହୋଇଛି । ମିଡିଆ ରିପୋର୍ଟ ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରୁ ୪୦ ଜଣଙ୍କୁ ସୂରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଫିଲିପାଇନ୍ସର ବାୟୁସେନାର ଏକ ସି-୧୩୦ ବିମାନ, ଯେଉଁଥିରେ ୮୫ ଜଣ ରହିଥିଲେ । ତାହା ରବିବାର ଦିନ ସକାଳ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବିମାନଟି ଯେତେବେଳେ ସୁଲୁ ପ୍ରଦେଶରେ ଥିବା ଏକ ଦ୍ୱୀପରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିଲା ଠିକ୍ ସେହି ସମୟରେ ବିମାନରେ ନିଆଁ ଲାଗିବା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲା ।

ବିମାନ କ୍ରସ୍ ହୋଇଥିବା ଖବର ପାଇବା ପରେ ତୁରନ୍ତ ସେଠାରେ ଅଗ୍ନିଶମ ଅଧିକାରୀ ମାନେ ପହଞ୍ଚି ନିଆଁକୁ ଲିଭାଇବା କାମ ଆରମ୍ଭ କରିଦେଇଥିଲେ । ଏଥିସହିତ ୪୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ବାକି ଲୋକମାନଙ୍କୁ ବାହାରକୁ ଆଣିବାକୁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.