fbpx

ଏକ ବର୍ଷରେ ୧୬୦ ମାଓବାଦୀ ନିହତ

ନୂଆଦିଲ୍ଲୀ: ବର୍ଷକ ମଧ୍ୟରେ ୧୬୦ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଓଡ଼ିଶାରେ ୧୪, ଓଡ଼ିଶା-ଆନ୍ଧ୍ର ସୀମାରେ ୧୧ ମାଓବାଦୀ ନିହତ, ତେଲେଙ୍ଗାନାରେ ୧୪ ଓ ବିହାର-ଝାଡ଼ଖଣ୍ଡରେ ୧୧ ମାଓବାଦୀ ନିହତ ହୋଇଥିବା ନେଇ ପ୍ରେସ୍ ରିଲିଜ୍ ରେ ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ୍ କମିଟି । ସେହିପରି ବର୍ଷକରେ କେବଳ ୩୦ ମହିଳା ମାଓବାଦୀ ନିହତ ହୋଇଛି । କରୋନାରେ ଟପ୍ ମାଓନେତା ହରିଭୂଷଣ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ହରିଭୂଷଣ ନାଁରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ବୋଲି ପ୍ରେସ୍ ରିଲିଜ୍ ରେ ଉଲ୍ଲେଖ ରହିଛି । ତେବେ କେବଳ ଦଣ୍ଡକାରଣ୍ୟରେ ଏନକାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.