fbpx

୨୦୨୨ରେ ପୁରୀରୁ ଗଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ୨୦୨୨ରେ ପୁରୀରୁ ଗଡ଼ିବ ବିମାନ । ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିଥିବା ବେଳେ ପୁରୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ । ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସିପସରୁବାଲିରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ହେବ ହେବ ବୋଲି ଜଣାପଡ଼ିଛି ।

ତେବେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ପ୍ରସ୍ତାବିତ ଜମିକୁ ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ର ତିନିଜଣିଆ ବୈଷୟିକ କମିଟି ଦ୍ୱାରା ସର୍ଭେ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ଶ୍ରୀକ୍ଷେତ୍ରବାସୀ ସ୍ୱାଗତ କରିଛନ୍ତି । ଏହା ଫଳରେ ପୁରୀର ପର୍ଯ୍ୟଟନ ଶିଳ୍ପ, ଅର୍ଥନୈତିକ ବ୍ୟବସ୍ଥା ଓ ବେକାରୀ ସମସ୍ୟାରେ ସୁଧାର ଆସିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର ହୋଇପାରିବ । ତେଣୁ ଏହାକୁ ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି ।

ପୁରୀ ଏକ ଆକର୍ଷଣୀୟ ଭ୍ରମଣସ୍ଥଳ ହୋଇଥିବାରୁ ଏଠାକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଦେଶ ତଥା ବିଦେଶରୁ ମହାପ୍ରଭୁଙ୍କ ଦର୍ଶନ ଓ ସମୁଦ୍ର ବେଳାଭୂମିର ମଜା ନେବା ପାଇଁ ଆସିଥାନ୍ତି । ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ଏହା ରାଜ୍ୟ, ଦେଶ ଓ ବିଦେଶର ଯାତ୍ରୀଙ୍କ ପାଇଁ ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.