fbpx

ରାଫେଲ୍ ଡିଲର ତଦନ୍ତ ଆରମ୍ଭ, ମୋଦୀଙ୍କ ଫଟୋ ସେୟାର କରି ରାହୁଲ ଲେଖିଲେ- ‘ଚୋରର ଦାଢି’

ନୂଆଦିଲ୍ଲୀ : ପୁଣି ଥରେ ମୁଖରିତ ହୋଇ ଉଠିଛି କଥିତ ରାଫେଲ ଦୁର୍ନୀତି ମାମଲା। ଫ୍ରାନ୍ସରେ ଲଢୁଆ ରାଫେଲ ବିମାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉପରେ ତଦନ୍ତ ପାଇଁ ଜଜଙ୍କ ନିଯୁକ୍ତି କରାଯାଇଛି। ଏହା ପରଠୁ ଭାରତ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ଫ୍ରାନ୍ସ ଦ୍ଵାରା ରାଫେଲ ମାମଲାର ତଦନ୍ତ ଆରମ୍ଭ ହେବା ପରେ ବିରୋଧୀ ଶାସକ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ଜେପିସି ତଦନ୍ତ ଦାବି କରିଛି। ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାଢି ଥିବା ଏକ ଫଟୋ ସେୟାର କରି କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି।

ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ନିଶାଣ କରି ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି- ଚୋରର ଦାଢି। ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋକୁ ରାଫେଲ ବିମାନ ସହ ଏଡିଟ୍ କରି ସେୟାର କରିଛନ୍ତି। ଏହା ପୂର୍ବ ଟ୍ଵିଟରେ ରାହୁଲ ଗାନ୍ଧୀ କ୍ୟାପସନରେ କେବଳ ଚୋରର ଦାଢି ଲେଖିଥିଲେ। କିନ୍ତୁ ଏବେ ଫଟୋ ସହ ମୋଦୀ ସରକାରଙ୍କ ତାତ୍ସଲ୍ୟ କରିଛନ୍ତି।

ଅପରପକ୍ଷେ ଶନିବାର ରାଫେଲ ବିମାନ ରାଜିନାମାକୁ ନେଇ କଂଗ୍ରେସ ଶନିବାର କହିଛି, ଫ୍ରାନ୍ସ ଦ୍ଵାରା ତଦନ୍ତ ଆରମ୍ଭ କରାଯିବା ଅର୍ଥ ଫ୍ରାନ୍ସର ସହିତ ଭାରତର ୩୬ ରାଫେଲ ବିମାନକୁ ନେଇ ହୋଇଥିବା ଚୁକ୍ତିନାମାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ମୋଦୀ ସରକାର ଆଉ ବିଳମ୍ବ ନକରି ଏହି ରାଜିନାମାରେ ହୋଇଥିବା ହେରଫରର ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ଵାରା ତଦନ୍ତ କରାନ୍ତୁ।

Get real time updates directly on you device, subscribe now.