fbpx

ବକେୟା ବିଜୁଳି ବିଲ୍ ପ୍ରସଙ୍ଗରେ ସିଦ୍ଧୁଙ୍କ ପତ୍ନୀ ଦେଲେ ଜବାବ୍, କହିଲେ- ‘ସମ୍ମାନରୁ ଅର୍ଜନ କରିଥିବା ରୁଟି ଖାଉଛୁ’

ଚଣ୍ଡିଗଡ: କିଛି ଦିନ ତଳେ ବିଜୁଳି ବିଲ୍ ସଂକଟକୁ ନେଇ ନବଜୋତ୍ ସିଦ୍ଧୁ, କ୍ୟାପଟେନ୍ ଅମରିନ୍ଦର୍ ସିଂଙ୍କୁ ପରାମର୍ଶ ଦେଇଥିଲେ । ଏହାର କିଛି ଦିନ ପରେ ଖୋଦ୍ ସିଦ୍ଧୁଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବିଲ୍ ପେଣ୍ଡିଂ ଥିବା କଥା ସାମନାକୁ ଆସିଥିଲା । ଏହାକୁ ନେଇ ଶନିବାର ନବଜୋତ୍ ସିଂ ଏବଂ ତାଙ୍କ ପତ୍ନୀ, ଉଭୟ ମିଶି ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ କଡ଼ା ପାଲଟା ଜବାବ୍ ଦେଇଛନ୍ତି । ସେ କହିଛନ୍ତି ଯେ, “ମୁଁ ସୁଖବୀର ସିଂ ବାଦଲଙ୍କୁ କହିବାକୁ ଚାହୁଛି ଯେ, ତାଙ୍କ ପରି ଆମେ ବେରୋଜଗାର ଉପାୟରେ ଆୟ କରୁନାହୁଁ, କଷ୍ଟକରି ଆମେ ରୋଜଗାର କରୁଛୁ” ।

ଦୁହେଁ ଏକ ଭିଡିଓ ଜାରି କରି ଏପରି ଜବାବ୍ ଦେଇଛନ୍ତି । ପତ୍ନୀ ନବଜୋତ୍ କୌର୍ କହିଛନ୍ତି ଯେ, “ତାଙ୍କ ସ୍ୱାମୀ ସମ୍ମାନରେ କମାଇଥିବା ରୁଟି ଖାଆନ୍ତି । ସିଦ୍ଧୁ ସବୁବେଳେ ବିଲ୍ ନିଜ ପକେଟ୍ ରୁ ହିଁ ଭରନ୍ତି । କୌଣସି ରୋଗ ହେଲେ କିମ୍ବା କେଉଁ ଆଡ଼େ ବୁଲିବାକୁ ଗଲେ ସବୁ ବିଲ୍ ସିଦ୍ଧୁ ନିଜ ପକେଟ୍ ରୁ ହିଁ ଦିଅନ୍ତି” । ଏଥିସହିତ ସେ ଆରୋପ ଲଗାଇଛନ୍ତି ଯେ, ସୁଖବୀର ସିଂ ବାଦଲ ନିଜର ଚିକିତ୍ସା ପାଇଁ ଏମିତିକି ପ୍ରାଇଭେଟ୍ ପ୍ରୋଗ୍ରାମରେ ବି ସରକାରୀ ଟଙ୍କାରୁ ଖର୍ଚ୍ଚ କରନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବ ରାଜ୍ୟ ବିଦ୍ୟୁତ୍ ନିଗମ ଲିମିଟେଡ୍ ର େଓବ୍ ସାଇଟ୍ ଅନୁସାରେ, ଅମୃତସରରେ ଥିବା ସିଦ୍ଧୁଙ୍କ ଘରର ବିଜୁଳି ବିଲ୍ ୮ ଲକ୍ଷ ୬୭ ହଜାର ୫୪୦ ହୋଇଯାଇଛି । ଯାହା ଏପର୍ଯ୍ୟନ୍ତ ସିଦ୍ଧୁ ଡିପୋଜିଟ୍ କରି ନାହାନ୍ତି । ବିଲ୍ ଜମା କରିବାର ଶେଷ ତାରିଖ ହେଉଛି ଜୁଲାଇ ୨ ।

Get real time updates directly on you device, subscribe now.